ଲାଞ୍ଚ ନେଉଥିବାବେଳେ ସେକ୍ସନ ଅଫିସରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ପେନ୍ସନ୍ କରାଇ ଦେବା ପାଇଁ ଜଣେ ସେକ୍ସନ ଅଫିସର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଧରିଛନ୍ତି।ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି ଅଧିକାରୀ।
ସୂଚନା ଯେ, ଜଣେ ମୃତ ଅଧ୍ୟାପକଙ୍କର ପେନ୍ସନ୍ କରାଇ ଦେବା ପାଇଁ ଲାଞ୍ଚ ନେଉଥିଲେ। ମୃତ ଅଧ୍ୟାପକ ଜଣକ ହେଲେ ଆଇଜିଏମ୍ କଲେଜର ପ୍ରଧ୍ୟାପକ ପ୍ରଫୁଲ୍ଲ ପୃଷ୍ଟି।ପ୍ରଫୁଲ୍ଲ ପୃଷ୍ଟିଙ୍କର ପେନସନ ଟଙ୍କା ମଞ୍ଜୁର କରାଇ ଦେବା ପାଇଁ ତାଙ୍କ ପୁଅଙ୍କ ଠାରୁ ଭଦ୍ରକର ଆରଡ଼ି ଛକ ନିକଟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏଠାରେ ପୂର୍ବରୁ ପ୍ରସ୍ତୁତି ଥିବା ଭଦ୍ରକ ଭିଜିଲାନ୍ସ ଟିମ ପ୍ରଭାତଙ୍କୁ ଧରିଥିଲା। ସେଠାରୁ ତାଙ୍କୁ ଗିରଫ କରି ଭଦ୍ରକ ଭିଜିଲାନ୍ସ ଅଫିସକୁ ନେଇ ଅଧିକ ପଚରାଉଚରା କରୁଛି।