ଦୁବାଇରେ ଆଖି ବୁଜିଲେ କେନ୍ଦ୍ରାପଡା କପାଳେଶ୍ୱରର ୪୧ବର୍ଷିୟ ଶେଖ୍ ସାଜିଦ, ଓଡ଼ିଶା ମୋ ପରିବାର ସହାୟତାରେ ଦୁବାଇରୁ ଫେରିଲା ପାର୍ଥୀବଶରୀର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ଵର ଅନ୍ତର୍ଗତ ଗରାପୁର ଅଞ୍ଚଳର ୪୧ବର୍ଷିୟ ଶେଖ୍ ସାଜିଦ ଗତ ୨୦୧୮ ମସିହାରୁ ଦୁବାଇରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ ଏପ୍ରିଲ ୯ ତାରିଖରେ ହୃଦ୍-ଘାତରେ ପୀଡ଼ିତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଚିକିତ୍ସା ଚାଲିଥିବା ସମୟରେ ହିଁ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରେ ସେଠାକାର ସରପଞ୍ଚଙ୍କର ପୁଅ ଶ୍ରୀ ଲୋହିତ କୁମାର ମହାନ୍ତି ଓଡ଼ିଶା ମୋ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ଓ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଶଶୀ ଭୂଷଣ ବେହେରା ମଧ୍ୟ ଏଥିପାଇଁ ସୂଚିତ କରିଥିଲେ ।

ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଭାରତୀୟ ଦୂତରାଷ୍ଟ୍ର ଡଃ. ଅମନ୍ ପୁରିଙ୍କ ସହିତ ଯୋଗାଯୋଗ କରି ସଙ୍ଗେସଙ୍ଗେ ତାଙ୍କୁ ଦୁବାଇସ୍ଥିତ ଡାକ୍ତରଖାନାରେ ପୋଷ୍ଟମୋର୍ଟମ ପ୍ରକ୍ରିୟାରେ ସମସ୍ତ ସାହାଯ୍ୟ କରିବା ସହିତ ନ୍ୟାୟିକ ପ୍ରକ୍ରିୟାରେ ସଂଯୋଜନା କରି ପାର୍ଥିବଶରୀରକୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ପାର୍ଥିବଶରୀର ଓଡ଼ିଶା ପହଞ୍ଚିବା ପରେ ଓଡ଼ିଶା ମୋ ପରିବାର ପ୍ରତିନିଧିମାନେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ସାଜିଦଙ୍କ ମୃତ ଶରୀର ତାଙ୍କ ଗ୍ରାମକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ ।ଯେହେତୁ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ, ପରିବାରର ଭବିଷ୍ୟତକୁ ନଜରରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଶା ମୋ ପରିବାର ମାଧ୍ୟମରେ ତାଙ୍କୁ ୩୦୦୦୦/-ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହିତ ଆଗାମୀ ଦିନରେ ଜୀବିକା ନିର୍ବାହ ପାଇଁ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ମୋ ପରିବାରର ଆବାହକ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.