ଓଡ଼ିଆ ନ୍ୟୁଜ୍: ଇନସଲଭେନସୀ ଓ ବ୍ୟାଙ୍କରପ୍ସି କୋଡ୍ (ସଂଶୋଧନ) ବିଲ୍ ସିଲେକ୍ଟ କମିଟି ଅଧ୍ୟକ୍ଷ। ପୁନର୍ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ମଧ୍ୟ ସ୍ଥାନ ପାଇଲେ ବୈଜୟନ୍ତ।ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା କମିଟିରେ ସମ୍ୱିତ ପାତ୍ର।ସାର ଓ ରସାୟନ କମିଟିରେ ମଧ୍ୟ ସ୍ଥାନ ପାଇଲେ ସମ୍ୱିତ।ଗୁରୁତ୍ୱପୂର୍ଣ୍ଣ ଅର୍ଥ କମିଟି ଅଧ୍ୟକ୍ଷ ହେଲେ ଭର୍ତ୍ତୃହରି ମହତାବ।ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ କମିଟି ଅଧ୍ୟକ୍ଷ ହେଲେ ସପ୍ତଗିରି ଉଲ୍ଲାକା। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ କମିଟିରେ ନବ ଚରଣ ମାଝୀ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିରେ ଅପରାଜିତା ଷଡ଼ଙ୍ଗୀ ସ୍ଥାନ ପାଇଲେ।ବୈଦେଶିକ ବ୍ୟାପାର କମିଟିରେ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଦୀପ ପାଣିଗ୍ରାହୀ।
ଜଳ ସଂପଦ କମିଟିରେ ସ୍ଥାନ ପାଇଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।ଶ୍ରମ, ବୟନ ଓ ଦକ୍ଷତା ବିକାଶ କମିଟିରେ ପ୍ରଦୀପ ପୁରୋହିତ।କୃଷି, ପ୍ରାଣୀ ସଂପଦ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିରେ ସୁକାନ୍ତ ପାଣିଗ୍ରାହୀ।ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟା କମିଟିରେ ରବୀନ୍ଦ୍ର ନାରାୟଣ ବେହେରା।ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ଅଭିମନ୍ୟୁ ସେଠୀ।ରେଲୱେ କମିଟିରେ ସଙ୍ଗୀତା କୁମାରୀ ସିଂହଦେଓ। ଶିଳ୍ପ କମିଟିରେ ସ୍ଥାନ ପାଇଲେ ବିଭୂ ପ୍ରସାଦ ତରାଇ।ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିରେ ମାଳଭିକା ଦେବୀ।