ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜ୍ଞାନବାପୀ ମସଜିଦରେ ମିଳିଥିବା ଶିବଲିଙ୍ଗ ସମ୍ପର୍କରେ ମାମଲା ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଛି। ହିନ୍ଦୁ ପକ୍ଷରୁ ଓକିଲ ବିଷ୍ଣୁ ଶଙ୍କର ଜେନା ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ କରିଛନ୍ତି। ଏଥିରେ ମସଜିଦ ପରିସରରେ ମିଳିଥିବା ଶିବଲିଙ୍ଗଙ୍କ ପୂଜାକୁ ଅନୁମତି ଦେବାକୁ ଦାବି କରାଯାଇଛି। ଏହା ବ୍ୟତୀତ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ଦ୍ୱାରା ‘ଶିବଲିଙ୍ଗ’ ଉପରେ ଏକ ଦାବି କରାଯାଇଛି।
ଏହି ପ୍ରସଙ୍ଗରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଜୁଲାଇ ୨୧ ରେ ଏହାର ଶୁଣାଣି ହେବ। ସେହି ଦିନ ଜ୍ଞାନବାପୀ ସହ ଜଡିତ ଅନ୍ୟାନ୍ୟ ଆବେଦନ ମଧ୍ୟ ଶୁଣାଣି ହେବ।