କୋଇଲା ବ୍ୟବସାୟରୁ ଗୁଳିକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋଇଲା ବ୍ୟବସାୟକୁ ନେଇ ଅଶାନ୍ତ ହୋଇ ଉଠିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ ଅଞ୍ଚଳ । ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ, ଫୁଟିଛି ଗୁଳି। ଏଥିରେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ପୁଲିସ୍‌ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛ।

ସୂଚନା ମୁତାବକ,  ଗୁରୁବାର ସନ୍ଧ୍ୟାରେ ହେମଗିର ଥାନା ଗର୍ଜନବାହାଲ କୋଲ୍‌ ୱାସେରି ମାଲିକାନାକୁ ନେଇ ସୀମାନ୍ତ ଛତିଶଗଡ଼ ରାୟଗଡ଼ ଓ ସୁନ୍ଦରଗଡ଼ର ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ, ଖଣ୍ଡା ବୁଲିବା ସହ ବହୁ ରାଉଣ୍ଡ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି। ଏପରିକି ୱାସେରିରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ଘଣ୍ଟାଏ ଧରି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ ଓ ଗୁଳିଚାଳନା କରିବାରୁ ଅନେକ ଯୁବକ ଆହତ ହୋଇଛନ୍ତି। ଆହତମାନଙ୍କୁ ରାୟଗଡ଼ ଡାକ୍ତରଖାନ‌ା ନିଆଯାଇଛି। ଜଣକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା‌ରେ ଭର୍ତ୍ତି କରାଯାଇଛି। ସେ ‌ହେଲେ ଭବାନୀପୁରର ମଣ୍ଟୁ ତୋଲାନି (୩୭)।

ତାଙ୍କ ମୁଣ୍ଡ ଫାଟିଛି। ଖବର ପାଇ ଖଦର ଏସଡିପିଓ ହେମଗିର୍ ଥାନା ପୋଲିସ ସମେତ ପୁଲିସ ଫୋର୍ସ ରାତିରେ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ଶହ ମାମଲାରେ ୧୦ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଆଜି ପୁଣି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବ । ଆହତମାନଙ୍କୁ ସୁନ୍ଦରଗଡ଼ ଓ ରାୟଗଡ଼ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁନର୍ବାର ଯେପରି ଏପରି ହିଂସାତ୍ମକ ଘଟଣା ନ ଘଟେ ସେଥିପ୍ରତି ପୁଲିସ୍‌ ତୀକ୍ଷଣ ନଜର ରଖିଥିବା ଜଣାଯାଇଛି।

Leave A Reply

Your email address will not be published.