SI ସ୍କାମ୍‌, CBIକୁ ତାଲିକା ଦେବ କ୍ରାଇମବ୍ରାଞ୍ଚ

0

ଓଡ଼ିଆ ନ୍ୟୁଜ୍: SI ସ୍କାମ୍‌: ଦସ୍ତାବିଜ୍‌ର ତାଲିକା ପ୍ରସ୍ତୁତ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌।ଆଜି ସୁଦ୍ଧା ଦସ୍ତାବିଜ୍‌ର ତାଲିକା ସିବିଆଇକୁ ହସ୍ତାନ୍ତର କରିବ କ୍ରାଇମ୍‌ବ୍ରାଞ୍ଚ୍‌।ତାଲିକା ଅନୁଯାୟୀ ରେକର୍ଡ ପତ୍ର ହସ୍ତାନ୍ତର ହେବ।ଆଜି ଅପରାହ୍ଣରେ CBI କାର୍ଯ୍ୟାଳୟ ଯାଇପାରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ।SI ସ୍କାମ୍‌କୁ ନେଇ ସିଵିଆଇ ପକ୍ଷରୁ ଏତଲା ଦାୟର ହୋଇଛି। ସିବିଆଇ ଶାଖା ଭୁବନେଶ୍ୱର ପକ୍ଷରୁ ମାମଲା ରୁଜୁ । ଜଣେ ଡିଏସପି ପାହ୍ୟାର ଅଫିସରଙ୍କୁ ଦିଆଗଲା ତଦନ୍ତ ଭାର । ଡିଏସପିଙ୍କ ନେତୃତ୍ୱରେ ଗଠିତ ଟିମ୍ କରିବ ତଦନ୍ତ । କ୍ରାଇମବ୍ରାଞ୍ଚକୁ ମାମଲାର ସମସ୍ତ ଦସ୍ତାବିଜ୍ ମାଗିଲା ସିବିଆଇ । ୩ ଜଣ ଡିଏସପି, ୪ ଜଣ ଇନ୍‌ସପେକ୍ଟର ଏଥିରେ ସାମିଲ ହେବେ ।

ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ତଦନ୍ତ କରୁଥିଲେ । ଘଟଣାର ମାଷ୍ଟରମାଇଣ୍ଡ, ଶଙ୍କର ପୃଷ୍ଟି କାର କେୟାରଟେକର ଓ ସୁରେଶ ନାୟକଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ ।ସେପଟେ ଶଙ୍କର ପୃଷ୍ଟି, ସୁରେଶ ନାୟକ, ବିଶ୍ବରଞ୍ଜନ ବେହେରା, ଅରବିନ୍ଦ ଦାସ, ତଫିସ୍ ଅହମ୍ମଦଙ୍କ ସମେତ ୨ ଆଶାୟୀ ଶେଖର ସାହୁ, ପ୍ରକାଶ ସାହୁଙ୍କ ଜାମିନ୍ ଆବେଦନ ନେଇ ଆଜି ଶୁଣାଣି ହେବ । ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଜାମିନ୍ ନେଇ ଶୁାଣାଣି କରାଯିବ ।

 

Leave A Reply

Your email address will not be published.