ଏସଆଇ ସ୍କାମ୍‌, ଶଙ୍କର ଓ ସୁରେଶଙ୍କ ହେବ ପଲିଗ୍ରାଫ ଟେଷ୍ଟ

0

ଓଡ଼ିଆ ନ୍ୟୁଜ୍: ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା । ଆଜି ହେବ ଶଙ୍କର, ସୁରେଶଙ୍କ ପଲିଗ୍ରାଫ୍‌ ଶୁଣାଣି । ଜେଏମଏଫସି ରୁରାଲ୍‌ କୋର୍ଟରେ ଆବେଦନ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଜେରା ସମୟରେ ଉଭୟ ବୟାନ ବଦଳାଉଥିବା କହିଛି କ୍ରାଇମବ୍ରାଞ୍ଚ । ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ ହୋଇଥିବା ବେଳେ ଆଜି କୋର୍ଟ ଏହାର ଶୁଣାଣି କରିବେ ।

ଜେରା ବେଳେ ଉଭୟ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ ସତ କହୁନଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ଦୁଇ ଜଣଙ୍କୁ ଗତ ୪ ତାରିଖରେ କୋର୍ଟ ଚାଲାଣ କରାଯାଇଛି । ଶଙ୍କର ପୃଷ୍ଟି ଓ ସୁରେଶ ନାୟକ ଏସ୍‌ଆଇ କେଳେଙ୍କାରୀର ମାଷ୍ଟର ମାଇଣ୍ଡ। ଗିରଫ ହେବା ଦିନ ଏୟାରପୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଥିଲା ଶଙ୍କର ।

Leave A Reply

Your email address will not be published.