ପୋଖରୀରେ ବୁଡି ଭାଇଭଉଣୀ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ନାବାଳିକାର ଅବସ୍ଥା ଗୁରୁତର ରହିଛି। ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ମରେଇନୂଆ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଆଜି ଭାଇ ଭଉଣୀ ଦୁଇ ଜଣ ପୋଖରୀ ନିକଟରେ ଖେଳିବା ବେଳେ କୌଣସି କାରଣ ବଶତଃ ପାଣିରେ ପଡି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ପଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।

ବହୁ ଖୋଜାଖୋଜି ପରେ ତାଙ୍କ ବାପା ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ। ମୃତ ଭାଇର ବୟସ ୬ ବର୍ଷ ହୋଇଥିବାବେଳେ ଭଉଣୀର ବୟସ ୩ ବର୍ଷ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ତେବେ ସୂଚନା ମୁତାବକ,  ଆଜି ଭାଇଭଉଣୀ ଓ ନାବାଳିକା ଜଣଙ୍କ ଘର ନିକଟରେ ଥିବା ପୋଖରୀ ପାଖରେ ଖେଳୁଥିଲେ।

ଏହି ସମୟରେ ସେମାନେ ପୋଖରୀକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିବା ପରେ ପୋଖରୀରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଭାଇଭଉଣୀକୁ ମୃତ ଘୋଷଣା କରିଥିବା ବେଳେ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.