ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନଦୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଦେଖିବାକୁ ମିଳିଛି। ସେ ଗାଁର ଦ୍ୟୁତିକୃଷ୍ଣ ସେଠୀଙ୍କ ପୁଅ ଝିଅ ଓ ଗାଁ ଅନ୍ୟ ଜଣଙ୍କ ନାବାଳକ ପୁଅଙ୍କ ସହ ମିଶି ନିକଟସ୍ଥ କୁସୁମୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ନଦୀ ମଧ୍ୟ୍ୟ ଗାତରେ ଭାଇ ଭଉଣୀ ବୁଡ଼ି ଯାଇଥିଲେ।
ଆଜି ଭାଇଭଉଣୀ ସେମାନଙ୍କ ମା’ଙ୍କ ସହିତ ନିକଟସ୍ଥ କୁସୁମୀ ନଦୀକୁ ଗାଧୋଇବାକୁ ବାହାରିଥିଲେ। ତେବେ ମା’ ଘରୁ ବାହାରିବା ପୂର୍ବରୁ ସେମାନେ ନଦୀକୁ ଚାଲି ଯାଇଥିଲେ। ମା’ ନଦୀରେ ପହଞ୍ଚିବା ପୂର୍ବରୁ ଛୁଆମାନେ ସେଠାରେ ପହଞ୍ଚି ଯାଇଥିଲେ। ଭାଇଭଉଣୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସେତେବେଳକୁ ସେମାନଙ୍କ ମା’ ସେଠାରେ ପହଞ୍ଚି ଯାଇଥିଲେ। ଦୁଇ ଛୁଆ ବୁଡ଼ି ଯାଉଥିବା ଦେଖି ସେ ଡାକ ପକାଇଥିଲେ
। ତାଙ୍କ ଡାକ ଶୁଣି ଆଖପାଖରେ ଥିବା ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ କାଜଲ ଓ ସାଇଙ୍କୁ ନଦୀରୁ ଉଦ୍ଧାର କରିଥିଲେ ଏବଂ ଡାକ୍ତରଖାନା ନେଇଯାଇଥିଲେ। ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଇଟାମାଟି ଥାନା ପୁଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।