ରାଜ୍ୟରେ ଅଂଶୁଘାତରେ ଗଲାଣି ୩୬ ଜଣଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚଳିତ ଗ୍ରୀଷ୍ମ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଗଲାଣି ୩୬ ଜଣଙ୍କ ଜୀବନ।  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ବଢୁଛି ଅଂଶୁଘାତଜନିକ ମୃତ୍ୟୁ ସଂଖ୍ୟା । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

ତେବେ ପୂର୍ବରୁ ୧୫୧ ଜଣଙ୍କର ଅଂଶୁଘାତ ମୃତ୍ୟୁ ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ତଦନ୍ତ ପରେ ଅଂଶୁଘାତ କାରଣରୁ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସେଥିରୁ ୩୧ ଜଣଙ୍କର ମୃତ୍ୟୁର କାରଣ ଭିନ୍ନ ହୋଇଥିବା ବେଳେ ଆଉ ୮୪ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି ବୋଲି କହିଛି ସ୍ଵାସ୍ଥ୍ୟ ବିଭାଗ ।

ସେପଟେ ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ । ଚଳିତଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ସମୟର ଦୁଇ ଦିନ ପୂର୍ବରୁ କେରଳ ଛୁଇଁଥିଲା ।

Leave A Reply

Your email address will not be published.