ଦୀପାବଳିରେ କାଳିପୂଜାର ମହତ୍ତ୍ୱ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୀପାବଳୀକୁ କୁହାଯାଏ ଆଲୋକର ପର୍ବ । ଏହାକୁ ସାରା ଦେଶରେ ବେଶ୍ ଧୁମଧାମ ଓ ଉତ୍ସାହର ସହ ପାଳନ କରାଯାଏ । ବିଶେଷ କରି ଦୀପାବଳୀରେ ଲୋକମାନେ ଅନାଇ ବସିଥାନ୍ତି, କେବେ ଦୀପାବଳୀ ହେବ ଓ ବାଣ, ଆତସବାଜି ଫୁଟାଇବେ । ଓ ଦୀପ ଲଗାଇ ଦୀପାପଳିକୁ ଉପଭୋଗ କରିବେ । ଦୀର୍ଘ ୨ ବର୍ଷ ପଣେ ଏଥର ବେଶ୍ ଧୁମଧାମରେ ପାଳନ ହେବ ଦୀପାବଳି । ହେଲେ ଦୀପାବଳିରେ ଖାଲି ଦୀପାବଳି ନୁହେଁ ଏହି ଦିନରେ ବି ମା’ କାଳୀଙ୍କର ହୁଏ ପୁଜାର୍ଚ୍ଚନା। ସାରା ଦେଶରେ ବହୁ ଆଡମ୍ବରରେ ପାଳନ କରାଯାଏ କାଳୀପୂଜା । ତେବେ ଆସନ୍ତୁ ପ୍ରଥମେ ଜାଣିବା ସାରା ଦେଶରେ କାହିଁକି ମା’ କାଳୀଙ୍କ ପୂଜା କରାଯାଏ?

ଏଠାରେ କହିରଖୁଛୁ ଯେ, ଗଣେଷ ପୂଜା ଠାରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ପାର୍ବଣ କହିଲେ କେବଳ ଦୁର୍ଗାପୂଜାକୁ ବୁଝାଏ ନାହିଁ କାଳୀପୂଜା ମଧ୍ୟ ତାହା ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ । ଶାସ୍ତ୍ର ଅନୁସାରେ ଯେଉଁ ସମୟରେ ସ୍ୱର୍ଗରେ ଅଶୁରମାନଙ୍କର ଉତ୍ପାତ ବଢିବାରେ ଲାଗିଥିଲା ସେହି ସମୟରେ ଦେବୀ ଦୁର୍ଗା ଆର୍ବିଭାବ ହୋଇଥିଲେ । ଏହାପରେ ସମସ୍ତ ଦେବାଦେବୀଙ୍କ ଶକ୍ତିକୁ ନେଇ ଦେବୀ ଅଶୁରମାନଙ୍କ ସହ ଲଢିଲେ । ଶେଷରେ ମହିଶାଷୁରକୁ ବଦ୍ଧ କରିବା ପରେ ଦୁର୍ଗା ଥକି ପଡିଥିଲେ । ତେଣୁ ମା’ଙ୍କର କେଶ ଅଡୁଆ ହୋଇ ପଡିଥିଲା । ଶାସ୍ତ୍ର ଅନୁସାରେ ଦୁର୍ଗାଙ୍କ କେଶରୁ ହିଁ କାଳୀଙ୍କର ଆବିର୍ଭାବ ହୋଇଥିଲା । ପରେ କାଳୀ ଭୟଙ୍କର ଭାବରେ କ୍ରୋଧାନ୍ୱିତ ହୋଇଥିଲେ । ତାଙ୍କୁ ଶାନ୍ତ କରିବା ପାଇଁ କାହାରି ପାଖରେ କୌଣସି ବିଦ୍ୟା ନଥିଲା। ଗୋଟିଏ ପରେ ଗୋଟିଏ ଅଶୁରର ମୁଣ୍ଡ କାଟିବା ସହ ତାଙ୍କ ମାଳକୁ ବେକରେ ପିନ୍ଧିଥିଲେ ମା’ ।

ଏପରି କରାଳ ରୂପ ଦେଖି ସ୍ୱୟଂ ଭଗବାନ ଶିବ ମଧ୍ୟ କିଛି ସମୟ ପାଇଁ ସ୍ତମ୍ଭୀଭୂତ ହୋଇଥିଲେ । ଶେଷରେ ମା’ଙ୍କୁ ଶାନ୍ତ କରିବା ପାଇଁ ଅନ୍ଧାରରେ ଶିବ ଏକ ସ୍ଥାନରେ ଶୋଇ ରହିଥିଲେ । ପରେ ମା’ ଉଗ୍ରମୁଖା ହୋଇ ଗଲା ବେଳେ ଅନ୍ଧାର ହୋଇଥିବା କାରଣରୁ ସ୍ୱାମୀଙ୍କ ଉପରେ ଚଢିଯାଇଥିଲେ । ପରେ ଯେତେବେଳେ ଦେଖିଲେ ନିଜ ସ୍ୱାମୀର ଛାତି ଉପରେ ଗୋଡ ରଖିଛନ୍ତି ତାହା ପରେ ଜିଭ କାମୁଡି ଦେବା ସହ ଶାନ୍ତ ହୋଇପଡିଥିଲେ ।

ଏହାପରେ ସେହି ସମୟରେ ମା’ଙ୍କୁ ଅନେକ ବିଦ୍ଧିବିଧାନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସେହି ଦିନଠାରୁ ହିଁ ମା’ଙ୍କର ପୂଜାର୍ଚ୍ଚନା କାର୍ତିକ ମାସ ଆମାବାସ୍ୟାରେ କରାଯିବାର ବିଧି ରହିଛି। ତେବେ ଅନେକ ଲୋକ ଭାବନ୍ତି ଯେ, ଦୀପାବଳୀରେ କାହିଁକି କାଳୀଙ୍କୁ ପୂଜା କରାଯାଏ। କାରଣ ସେହି ଦିନ ରାବଣକୁ ବଦ୍ଧ କରି ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତନ କରିଥିଲେ । ତେବେ ରାମଙ୍କୁ ସ୍ୱାଗତ କରିବା ସ୍ଥାନୀୟ ଲୋକମାନେ ନିଜ ନିଜ ଦ୍ୱାର ସମ୍ମୁଖରେ ଦୀପଦାନ କରିଥିଲେ । ସେହି ଦିନ କାଳୀ ମଧ୍ୟ ଶାନ୍ତ ହୋଇଥିଲେ । ତେଣୁ ଏପରି ପୂଜା କରିବାର ବିଦ୍ଧି ରହିଥିବା ଜଣାଯାଏ । ସେଇ ପରମ୍ପରା ଓ କିମ୍ବଦନ୍ତ୍ରୀ ଅନୁଯାୟୀ, କାଳୀପୂଜା ବହୁ ଆଡ଼ମ୍ବରରେ କରାଯାଉଛି ।

Leave A Reply

Your email address will not be published.