ଓଡ଼ିଆ ନ୍ୟୁଜ୍: ଆସନ୍ତା ମାସରୁ ଓଡ଼ିଶାରେ SIR ଆରମ୍ଭ ହେବ।SIR- ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍।୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ SIR।ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ।ଜାନୁଆରୀ ୭ରେ ବାହାରିବ ଫାଇନାଲ୍ ଭେରିଫିକେସନ୍।କଂଗ୍ରେସ, ବିଜେଡି ଆପତ୍ତି ଅଭିଯୋଗର ସବୁ ଜବାବ ଦିଆଯାଇଛି।
ବିଜେଡି ଅଭିଯୋଗର ଦୁଇ ଦୁଇ ଥର ଜବାବ ଦିଆଯାଇଛି- CEO।ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ବସନୀୟତା ଭାଙ୍ଗନ୍ତୁ ନାହିଁ।ଲୋକଙ୍କ ଆସ୍ଥାକୁ ଭାଙ୍ଗନ୍ତୁ ନାହିଁ ବୋଲି କହିଲେ CEO।ରାଜ୍ୟରେ ବୁଥ୍ ସଂଖ୍ୟା ବଢ଼ିବ; ୩୮ ହଜାରରୁ ୪୫ ହଜାରକୁ ବଢ଼ିବ।