ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା । ଦଇତାପତି ସେବାୟତ ମାନେ ଦାରୁଦିଅଁଙ୍କୁ ରତ୍ନବେଦୀରୁ ଓହ୍ଲାଇ ଆଣି ଧାଡି ପହଣ୍ଡିରେ ବିଜେ କରାଇଛନ୍ତି ସ୍ନାନ ମଣ୍ଡପରେ ।ପାରମ୍ପରିକ ରୀତିନୀତିରେ ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ।
ଏହି ପରିପ୍ରେକ୍ଷୀରେ ବାଲୁକା ଶିଳ୍ପୀ ତଥା ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସ୍ନାନପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସ୍ନାନପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ।
ପୁରୀ ବେଳା ଭୂମିରେ ସ୍ନାନ ବେଦୀ ସହ ମହାପ୍ରଭୁ ଜଗନ୍ନାଥଙ୍କ ଏକ ବଡ ପ୍ରତିମା ନିର୍ମାଣ କରିଛନ୍ତି ଯାହା ବେଶ ଆକର୍ଷଣୀୟ ହୋଇଛି ।