ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁମ୍ବାଇରେ ଅଟଳ ସେତୁ ଉଦ୍ଘାଟନ ହେବାର ମାତ୍ର ୫ ମାସ ପରେ ଏଥିରେ ଫାଟ ଦେଖାଦେବା ବିଷୟ ନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ୍ ନାଭି ମୁମ୍ବାଇରେ ଅଟଳ ସେତୁର ଯାଞ୍ଚ କରିବାପରେ ଅଟଳ ସେତୁ ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି।
ଗତକାଲି କଂଗ୍ରେସ ସଭାପତି ନାନା ପାଟୋଲେ ନୂଆ କରି ଖୋଲିଥିବା ବ୍ରିଜରେ ଫାଟ ଦେଖାଯାଇଥିବା ସ୍ଥାନରେ ପହଞ୍ଚି ସ୍ଥିତି ପରଖିଥିଲେ। ଏଥିସହ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ, “ଆମେ ଯାହା କହୁଛୁ, ସେସବୁ କେବଳ ଅଭିଯୋଗ ନୁହେଁ ବୋଲି ପ୍ରମାଣ କରିବାକୁ ମୁଁ ଏଠାକୁ ଆସିଛି। ସରକାର ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ ସେମାନେ ଲୋକଙ୍କ ପାଇଁ କାମ କରୁଛନ୍ତି।
କିନ୍ତୁ ଆପଣମାନେ ଏଠାରେ ହୋଇଥିବା ଦୁର୍ନୀତିକୁ ଦେଖିପାରୁଥିବେ। ସେମାନେ ନିଜ ପକେଟକୁ ଫୁଲ କରିବାରେ ଲାଗିଛନ୍ତି। କିନ୍ତୁ ଲୋକଙ୍କୁ ବିପଦରେ ପକାଇବାକୁ ଅଧିକାର ସେମାନଙ୍କୁ କିଏ ଦେଲା? ଲୋକମାନେ ଏବେ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ କେମିତି ହଟା ଯିବ, ତା’ର ଯୋଜନା କରିବା ଦରକାର।”