ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଖୁବଶୀଘ୍ର ୨୦୨୪ ଦଶମ ଏବଂ ଦ୍ବାଦଶ ପରୀକ୍ଷା କାର୍ଯ୍ୟସୂଚୀ ଜାରି କରିପାରେ। ହେଲେ ଏହା ପୂର୍ବରୁ ବୋର୍ଡ କିଛି ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ମାର୍କ ଶତକଡ଼ାକୁ ନେଇ ରହିଛି।
ସୂଚନା ଅନୁଯାୟୀ, ଏଣିକି ସିବିଏଇ ୧୦ମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷାରେ କୌଣସି ଡିଭିଜନ କିମ୍ବା ଡିଷ୍ଟିଙ୍କସନ ରଖିବ ନାହିଁ। ଏପରିକି ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଗ୍ରେଡ, ଡିଭିଜନ କି ଡିସ୍ଟିକସନ ଦିଆଯିବ ନାହିଁ । ଏଭଳି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଠାରୁ ଆସିଥିବା ଆପତ୍ତି ଅଭିଯୋଗ ଶୁଣିବା ପରେ, ପରୀକ୍ଷା ବାଇ-ଲ ଚାପଟର-୭ର ସବସେକ୍ସନ ୪୦.୧ ଅନୁଯାୟୀ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ସିବିଏସଇ ପରୀକ୍ଷା ନିୟନ୍ତ୍ରକ ଡାକ୍ତର ସନ୍ୟାମ ଭରଦ୍ବାଜ । ଏଭଳି ନିଷ୍ପତି ଛାତ୍ରଛାତ୍ରୀଙ୍କ ପରୀକ୍ଷା ବୋଝକୁ ହାଲୁକା କରିବାରେ ସହାୟକ ହେବ ।
ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସିବିଏସଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଭିଜନ, ଏଗ୍ରୀଗେଟ କିମ୍ବା ଡିସ୍ଟିଙ୍କ୍ସନ ଦିଆଯାଉନଥିଲା । କେବଳ ଗ୍ରେଡ୍ ଦିଆଯାଉଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଗ୍ରହଣ କରିପାରୁଥିଲେ । ସିବିଏଇର ଏହି ନିଷ୍ପତ୍ତି ଛାତ୍ରଛାତ୍ରୀ କେବଳ ପରୀକ୍ଷା ପାଇଁ ପାଠ ନପଢି ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ପାଠ ପଢିପାରିବେ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।