ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲା: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କଣ ଜବାବ ରଖିଲା ପଢନ୍ତୁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପୁରୀ ବଗଲା ଧର୍ମଶାଳା ଜମି ବିବାଦକୁ ନେଇ ଡକ୍ଟର ସମ୍ବିତ ପାତ୍ର ଓ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର ଦୁଇ ମାମଲାର ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରଯାଇଛି। ଏହି ମାମଲାରେ ଅଦାଲତ ପରବର୍ତ୍ତୀ ଶୁଣାଣି ମେ ୨କୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ ଜବାବ ଦାଖଲ ପାଇଁ ହାଇକୋର୍ଟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଚାରି ସପ୍ତାହ ମହଲତ ଦେଇ ଏହି ପ୍ରସଙ୍ଗରେ ଗ୍ରହଣ କରାଯାଉଥିବା ନିଷ୍ପତ୍ତିର ଭବିଷ୍ୟତ ବିଚାରାଧୀନ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

ସମ୍ବିତ ପାତ୍ରଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୯ରେ ହାଇକୋର୍ଟ ଜଗନ୍ନାଥ ବସ୍ତିଆଙ୍କ ମାମଲାର ଶୁଣାଣି କରି ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ ଗ୍ରହଣ କରାଯାଉଥିବା ସମସ୍ତ ପଦକ୍ଷେପର ଭବିଷ୍ୟତ ହାଇକୋର୍ଟଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସମ୍ବିତ ପାତ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି। ବଗଲା ଧର୍ମଶାଳା ଜମିକୁ ହୋଟେଲ ଓ ଲଜ ମାଲିକଙ୍କୁ ଦେବା ପ୍ରସଙ୍ଗକୁ ନେଇ ୨୦୧୯ରେ ଜଗନ୍ନାଥ ବସ୍ତିଆ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ୨୦୨୦ରେ ବିଜେପି ନେତା ସମ୍ବିତ ପାତ୍ର ହାଇକୋର୍ଟରେ ଏ ନେଇ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ସମ୍ବିତ ପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ସାବକ ରେକର୍ଡରେ ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ରହିଥିବା ବେଳେ ଏହା ଠାକୁରଙ୍କ ଅମୃତମଣୋହି ସଂପତ୍ତି ବୋଲି ଉଲ୍ଲେଖ ରହିଥିଲା।

ପରବର୍ତ୍ତୀ ସମୟରେ ଏହି ଜମିକୁ ପୁରୀ ଲଜିଂ ହାଉସ କମିଟି ନାଁରେ ରେକର୍ଡ କରାଯାଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ପରିଚାଳନା ଭାର କେବଳ ମନ୍ଦିର ପରିଚାଳନା କମିଟି ହାତରେ ରହିବା ନିୟମ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଉଲ୍ଲଂଘନ କରି ଏହି ଜମି ଲଜିଂ ହାଉସ କମିଟି ନାଁରେ ରେକର୍ଡ କରିଥିଲେ। ରେକର୍ଡରେ ଭୁଲ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ସଂପତ୍ତି ରାଜ୍ୟ ସରକାରଙ୍କ ହାତକୁ ଟେକି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସଂପତ୍ତିକୁ କେତେକଙ୍କ ଥଇଥାନ ପାଇଁ ବକ୍ରି ବା ହସ୍ତାନ୍ତର କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସଂପତ୍ତିକୁ ଅନ୍ୟମାନଙ୍କ ନାଁରେ ରେକର୍ଡ କରିବା ବା ବିକ୍ରି କରିବାର ଅଧିକାର ପୁରୀ ପୌରପାଳିକା କିମ୍ବା ରାଜ୍ୟ ନଗର ଉନ୍ନୟନ ବିଭାଗର ନାହିଁ। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୁରୀ ଜିଲ୍ଲାପାଳ ହେଉଛନ୍ତି ଉପ-ପ୍ରଶାସକ। ତେଣୁ ଏହି ଜମି ପ୍ରସଙ୍ଗରେ ପ୍ରଦାନ କରାଯାଇଥିବା ଏନ୍‌ଓସି ପ୍ରସଙ୍ଗରେ ସେ ଅବଗତ ଥିଲେ।

ପରିଚଳାନା କମିଟିର ସଦସ୍ୟ ଭାବେ ଠାକୁରଙ୍କ ସଂପତ୍ତିର ସୁରକ୍ଷା କରିବା ଜିଲ୍ଲାପାଳଙ୍କ କର୍ତ୍ତବ୍ୟ ହୋଇଥିବାବେଳେ ସେ ଏଥିରେ ଅବହେଳା କରିଥିଲେ। ବଗଲା ଧର୍ମଶାଳା ଜମି ଥଇଥାନ ଯୋଜନାରେ ଅନ୍ୟମାନଙ୍କୁ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହା ସହିତ ପୁରୀ ପୌରପାଳିକା ଓ ନଗର ଉନ୍ନୟନ ବିଭାଗ ମଧ୍ୟ ଏହି ପ୍ରସଂଗରେ ନିଷ୍ପତ୍ତି ନେଇଥିଲା।

Leave A Reply

Your email address will not be published.