ଆଜିଠାରୁ ଆରମ୍ଭ ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ

0

ଭୁବନେଶ୍ବର (ଓଡ଼ିଆ ନ୍ୟୁଜ୍‌): ଆଜିଠାରୁ ଆରମ୍ଭ ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ। ରାଜ୍ୟର ୧୦୦ଟି ମୂଲ୍ୟାୟନ କେନ୍ଦ୍ରରେ ୮ ହଜାରରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଉତ୍ତର ଖାତା ମୂଲ୍ୟାୟନ କରିବେ। ପ୍ରଥମ ପର‌୍ୟ୍ୟାୟ ତୁଳନାରେ ଏଥର ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ର ଗୋଟିଏ ହ୍ରାସ ପାଇଛି। ମାତ୍ର ଅଫ୍ଲାଇନ୍ରେ କୌଣସି ପରିବର୍ତନ କରାଯାଯାଇନି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପ୍ରଥମ ଦିନରେ ସମସ୍ତ ଅଫ୍ଲାଇନ୍ କେନ୍ଦ୍ରରେ ଅଧ୍ୟାପକମାନେ ଖାତା ଦେଖିବା ଆରମ୍ଭ କରିବେ। ମାତ୍ର ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ପ୍ରଥମ ଦିନ ମୂଲ୍ୟାୟନକାରୀଙ୍କୁ ତାଲିମ ଦିଆଯିବ ଏବଂ ୨୧ ତାରିଖଠାରୁ ଖାତା ଦେଖିବେ। ପ୍ରଥମ ପର‌୍ୟ୍ୟାୟରେ ଚାଲିଥିବା ମୂଲ୍ୟାୟନ ପ୍ରାୟତଃ ଶେଷ ହୋଇଛି।

Leave A Reply

Your email address will not be published.