ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି . ଦୁଇ ଦିନିଆ ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର। ଏଥିରେ ଓଡିଶା ପ୍ରଭାରୀ ଡକ୍ଟର ଏ ଚେଲ୍ଲା କୁମାରଙ୍କ ସମେତ ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ ଓ ଅନ୍ୟାନ୍ୟ ନେତା ଯୋଗଦେଇଛନ୍ତି । ଏହି ଚିନ୍ତନ ଶିବିରରେ ଦଳ ବିଦ୍ରୋହୀଙ୍କୁ ପିସିସି ସଭାପତି ଶରତ ପଟ୍ଟନାୟକ ଚରମ ଚେତାବନୀ ଦେଇଛନ୍ତି। କାନକୁହା କଥା ଶୁଣିବନି ଓ କିଏ କଣ କଲା ସେ କଥା କହିବନି ବୋଲି ଶରତ ସଫାସଫା କହିଛନ୍ତି।
କହି ରଖୁ କି, ଆଜିର ବୈଠକରେ କଂଗ୍ରେସ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ପୂର୍ବତନ ପିସିସି ସଭାପତି, ୨୦୧୯ ସାଧାରଣ ନିର୍ବାଚନରେ ଯେଉଁମାନେ ସାଂସଦ ଓ ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନେ ଯୋଗଦେଇଛନ୍ତି । ସେମାନଙ୍କ ସହ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ଏଆଇସିସି କର୍ମକର୍ତ୍ତା, ପୂର୍ବତନ କର୍ମକର୍ତ୍ତା, ପିସିସି କର୍ମକର୍ତା, ଜିଲ୍ଲା କଂଗ୍ରେସ ସଭାପତି ବି ଆସିଛନ୍ତି । ସେହିପରି ଆସନ୍ତାକାଲି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି ସମ୍ପାଦକ, ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ ଓ ନଗର କଂଗ୍ରେସ ସଭାପତି ଯୋଗ ଦେବେ ।