ସରପଞ୍ଚ ସଞ୍ଜୟ ସେଠୀଙ୍କ ଘରେ ପହଞ୍ଚିଲେ ରାଜ୍ୟ ଦଳିତ ସଭାପତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନ୍ତେଇ ପଞ୍ଚାୟତ ସରପଞ୍ଚ ସଞ୍ଜୟ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଆଜିକୁ ୮ଦିନ ବିତିଯାଇଛି । ହେଲେ ଏପର୍ଯ୍ୟନ୍ତ ପାଟକୁରା ପୁଲିସ୍ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନ୍ୟ ଅଭିଯୁକ୍ତ ଙ୍କୁ ଧରିବାରେ ସକ୍ଷମ ହୋଇନି ପୁଲିସ୍ । ଅନ୍ୟପଟେ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଯୁବ ସରପଞ୍ଚ ସଞ୍ଜୟ ବର୍ତମାନ କଟକରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ସଞ୍ଜୟ ଦଳିତ ଯୁବକ ହୋଇଥିବାରୁ ରବିବାର ମଧ୍ୟାହ୍ନ ସମୟରେ ତାଙ୍କ ଘରେ ରାଜ୍ୟ ଦଳିତ ସଭାପତି ଓ ସଂଘର ଅନ୍ୟ ସଦସ୍ୟ ମାନେ ପାଇଲୋ ଗ୍ରାମରେ ଥିବା ସଞ୍ଜୟଙ୍କ ପରିବାରକୁ ଭେଟିଛନ୍ତି । ସଞ୍ଜୟଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା ସହ କିଭଳି ସଞ୍ଜୟ ଏବଂ ତାଙ୍କ ପରିବାର ନ୍ୟାୟ ପାଇବେ ସେନେଇ ଆଗାମୀ ଦିନରେ ଦଳିତ ସଂଘ ପଦକ୍ଷେପ ଗ୍ରହଣ କରିବ ବୋଲି ରାଜ୍ୟ ସଭାପତି ପରିବାର ଲୋକଙ୍କୁ ସାନ୍ତନା ଦେଇ କହିଛନ୍ତି ।

ଅନ୍ୟପଟରେ ରାଜ୍ୟ ଦଳିତ ସଭାପତି ଅଶୋକ ମଲ୍ଲିକ ଗଣମାଧ୍ୟମ କୁ ପ୍ରତିକ୍ରିୟାରେ କହିଛନ୍ତି ସଞ୍ଜୟ ଙ୍କୁ ଯେଉଁମାନେ ଆକ୍ରମଣ କରିଛନ୍ତି ବା ଏହା ପଛରେ ଯେଉଁମାନଙ୍କ ହାତ ଅଛି ସେମାନଙ୍କୁ ପୁଲିସ୍ ଯଦି ଗିରଫ ନକରେ ତେବେ ଖୁବ୍ ଶୀଘ୍ର ଦଳିତ ସଂଘ କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ଘେରାଉ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି । ଏହି ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦଳିତ ସଂଘର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ।

Comments are closed.