ଚାରି ପୂଜା ମଣ୍ଡପରେ ପୂଜା ପାଇଲେ ମା ଶ୍ୟାମା କାଳୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାରି ପୂଜା ମଣ୍ଡପ ରେ ପୂଜା ପାଇଲେ ମା ଶ୍ୟାମାକାଳୀ | ପ୍ରସିଦ୍ଧ କାଳୀ ପୂଜା ପାଇଁ ଉତ୍ସବମୁଖର ବାସୁଦେବପୁର ବଜାର।  ଚଳିତ ବର୍ଷ ମା କାଳୀଙ୍କ ପୂଜା ବାସୁଦେବପୁରରେ ବେଶ ଧୁମ ଧାମ ରେ ପାଳନ କରାଯାଉଛି। ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମା କାଳୀ ଙ୍କ ପୂଜା ବାସୁଦେବପୁର ରେ ଚାରି ପୂଜା ମଣ୍ଡପ ରେ ଚାରି ପୂଜା କମିଟି ପକ୍ଷରୁ ପୂଜା କରାଯାଇଛି।

ସ୍ଥାନୀୟ ମୁଖ୍ୟ ବଜାର ଛକ ନିକଟରେ ଆମ କାଳୀ ପୂଜା କମିଟି ପକ୍ଷରୁ, ବ୍ଲକ୍ ରୋଡ ରେ ବ୍ଲକ୍ ରୋଡ କାଳୀ ପୂଜା କମିଟି ପକ୍ଷରୁ, ତାରିଣୀ ଛକ ଠାରେ ବସ ଷ୍ଟାଣ୍ଡ କାଳୀ ପୂଜା କମିଟି ପକ୍ଷରୁ ଓ ହାଇସ୍କୁଲ କାଳୀ ପୂଜା କମିଟି ପକ୍ଷରୁ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ଛକ ନିକଟରେ ମା ଙ୍କ ପୂଜା ବେଶ ଧୁମ ଧାମ ରେ ପାଳନ କରାଯାଉଛି।

ପୂଜା କମିଟି ପକ୍ଷରୁ ମା ଙ୍କ ପୂଜା ଯଥା ରୀତି ନୀତି ଅନୁଯାୟୀ ପାଳନ ହୋଇ ଯାଇଛି। ପୂଜା କମିଟି ଗୁଡିକ ପକ୍ଷ ରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କର୍ମ ସହ ମିନା ବଜାର ଓ ଅପେରା ପାର୍ଟି ର ଆୟୋଜନ କରା ଯାଇଛି। ଶାନ୍ତି ଶୃଙ୍ଖଳା ର ସହ ପ୍ରଶାସନ ର ସମ୍ପୂର୍ଣ ସହଯୋଗ ରେ ସମସ୍ତ କାର୍ଯ୍ୟ କର୍ମ କରାଯାଉଛି ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.