ବାଙ୍କେ ବିହାରୀ ମନ୍ଦିରରେ ଚରଣ ଅମୃତ ଭାବି ଏସି ପାଣି ପିଇଲେ ଭକ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତରପ୍ରଦେଶର ଶ୍ରୀ ବାଙ୍କେ ବିହାରୀ ମନ୍ଦିରର ଏକ ରୋଚକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମନ୍ଦିରର ବାହାର କାନ୍ଥରୁ ବାହାରୁଥିବା ପାଣିକୁ ଚରଣାମୃତ ଭାବି ପିଇବାରେ ଲାଗିଛନ୍ତି। ଏପରିକି ଏହାକୁ ଠାକୁର ଜିଙ୍କ ଚରଣାମୃତ ବୋଲି ବିବେଚନା ମଧ୍ଯ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଭକ୍ତମାନେ କାନ୍ଥରେ ଲାଗିଥିବା ହାତୀ ଆକୃତିର ଏକ ସ୍ଥାନରୁ ବାହାରୁଥିବା ପାଣି ପିଉଛନ୍ତି, ଏହାକୁ ଚରଣାମୃତ ବୋଲି ଭାବି କିଛି ଲୋକ ମଧ୍ୟ ଏହି ଜଳକୁ ସେମାନଙ୍କ ମୁଣ୍ଡରେ ମାରୁଛନ୍ତି।

ତେବେ ସୂଚନା ମୁତାବକ,  ବୃନ୍ଦାବନରେ ଥିବା ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିର ବହୁତ ପୁରୁଣା। ବର୍ଷା ଜଳ ନିଷ୍କାସନ ପାଇଁ ମନ୍ଦିରର ପ୍ରଥମ ମହଲାରେ ଡ୍ରେନ୍ ରହିଛି। ମନ୍ଦିରରେ ଏହି ଡ୍ରେନଗୁଡ଼ିକର ମୁଖ ହାତୀର ମୁହଁ ପରି। ଯେହେତୁ ମନ୍ଦିରରେ ଏସି ମଧ୍ୟ ଲଗାଯାଇଛି, ତେଣୁ ଏସିରୁ ନିର୍ଗତ ଜଳ ମଧ୍ୟ ଏହି ଡ୍ରେନ୍ ମାଧ୍ୟମରେ ବାହାରକୁ ଛଡ଼ାଯାଏ। ନିକଟରେ, ମନ୍ଦିର ବୁଲିବା ସମୟରେ ଜଣେ ଭକ୍ତ ଅଜାଣତରେ ଏହି ଏସି ନିର୍ଗତ ଜଳକୁ ଠାକୁର ବଙ୍କେ ବିହାରୀଙ୍କ ଚରଣାମୃତ ଭାବି ପିଇଥିଲେ।

ତାଙ୍କୁ ଦେଖି ଅନ୍ୟ ଭକ୍ତମାନେ ମଧ୍ୟ ସମାନ ଭାବରେ ଏହି ଜଳକୁ ପିଇବା ଆରମ୍ଭ କରିଥିଲେ। ସେବେଠାରୁ ଏହି ଜଳକୁ ପିଇବା ପାଇଁ ଏହି ଡ୍ରେନ ନିକଟରେ ଭକ୍ତଙ୍କ ଗହଳି ଜମୁଛି। ମନ୍ଦିର ପୂଜାରୀ ମଧ୍ୟ ଏହା ଚରଣାମୃତ ନୁହେଁ, ବରଂ ଏସି ନିର୍ଗତ ଜଳ ବୋଲି ସ୍ପଷ୍ଟ କରିଥିବା ଜଣାପଡ଼ିଛି।

Comments are closed.