ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଗତସିଂହପୁର ଅନ୍ତର୍ଗତ ମହିଳୋ ଗ୍ରାମରେ ରାଜା ଆଚାର୍ଯ୍ୟ ଙ୍କ ଘରେ ଏକ ବିରାଟ କାୟ ନାଗଷାପ ପସି ଭୟବିତ କରିଥିବା ବେଳେ ଆକ୍ରମଣ କରି ସାପଟିକୁ ଗୁରୁତର କରିଥିବା ପରେ।ଜଗତସିଂହପୁର ମାଣପୁର ଗ୍ରାମର ସାପଧରାଳି ଙ୍କୁ ଫୋନ କରିଥିବା ବେଳେ
ତୁରନ୍ତ ଘଟଣା ସ୍ଥଳରେ ମାଣପୁର ଗ୍ରାମର ବନବିହାରି ଦାସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ନାଗଷାପ କୁ ଉଧାର କରି ଜଗତସିଂହପୁର ପଶୁ ଚିକିତ୍ସାଳୟରେ ଭର୍ତିକରିଥିଲେ ।ସାପଟିକୁ ଅପରେସନ କରାଜାଇଥିବା ଏଭଳି ଦୃଶ୍ୟ ଜିଲ୍ଲା ପଶୁ ଚିକିତ୍ସାଳୟରେ ହୋଇ ନଥିଲା ।ପ୍ରର୍ଥମ ଥର ହୋଇଥିବା ନେଇ ଚିକିତ୍ସାଳୟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।ବନବିହାରି ଦାସ ଗୁରୁତର ଅବସ୍ଥାରେ ଏକ ସାପଟିକୁ ଉଧାର କରି ନିଜ ହାତରେ ଧରି ଚିକିତ୍ସିତ କରାଉଥିବା ବେଳେ ଜେମିତି ଲାଗୁଥାଏ ।ବନବିହାରି ଦାସ ସାପଟିର ଆତ୍ମିୟ ଲୋକ ।
ସାପଟିର ଏଭଳି କରୁଣ ଗର୍ଜନ ଶୁଣି ଆଖିରୁ ଲୁହ ଗଡିପଡୁଥିବା ର ଦୃଶ୍ୟ ଦେଖି ଲୋକମାନଙ୍କ ଭିଡ ବଢୁଥିବା ଦେଖିଵାକୁ ମିଳିଥିଲା ।ଏହିପରି ସାପମାନଙ୍କ ଜିବନ ବଞ୍ଚାଇ ଆଜି ବନବିହାରି ଦାସ ଜିଲ୍ଲାରେ ନିଜର ଏକ ମାଇଲଖୁଣ୍ଟ ଛିଡାକରିପାରିଛନ୍ତି | ଆଜି ମଧ୍ୟ ବନବିହାରି ଦାସଙ୍କ ପାଇଁ ଏକ ବିରାଟ କାୟ ସାପର ଜିବନ ବଞ୍ଚାଇପାରିଛନ୍ତି |