ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନକଲି ସୁନା ଦେଖାଇ ଲକ୍ଷ୍ୟଧିକ ଟଙ୍କା ହଡ଼ପ କରୁଥିବା ପାଞ୍ଚ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କଲା ଜଳେଶ୍ବର ପୋଲିସ। ସେମାନଙ୍କ ନିକଟରୁ ୭୫ ହଜାର ଟଙ୍କା,ନକଲି ସୁନା ଦୀପ , ଡ୍ରିଲ ମେସିନ, ଚାରୋଟି ମୋବାଇଲ, ତିନୋଟି ବାଇକ ଜବତ।
ସୂଚନା ଅନୁସାରେ ପଥରପୁରା ଅଞ୍ଚଳ ର ଇକବାଲ ଖାଁ ଜଣେ ଫେରିବାଲା ଭାବରେ କମର୍ଦା ଅଞ୍ଚଳ ରେ ଫେରି କରି ପରିବାର ପ୍ରତିପୋଷଣ କରୁଥିବା ବେଳେ, କମର୍ଦା ଅଞ୍ଚଳ ରେ ନକଲି ସୁନା ବେପାରୀ ଙ୍କ ହାବୁଡ ରେ ପଡିଯାଇଥିଲେ। ପରେ ସେ ତିନି ଲଖ୍ଯ ପଚାଶ ହଜାର ଟଙ୍କା ଦେଇ ସୁନା ଦୀପ ନେଇଥିଲେ। ହେଲେ ପରବର୍ତୀ ସମୟରେ ଏହା ସୁନା ପରିବର୍ତେ ପିତଳ ଜାଣିବା ପରେ ସକ୍ରିୟ ଥିବା ଗ୍ୟାଙ୍ଗକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରି ଅନ୍ୟ ଜଣେ ବନ୍ଧୁଙ୍କ ସହାୟତା ନେଇ ଉକ୍ତ ଦୀପ କୁ ଏକୋଇଶି ଲଖ୍ଯ ଟଙ୍କା ରେ ନବା ପାଇଁ ଡିଲ ହୋଇଥିଲା।ପରେ ବେପାରୀ ମାନେ ରାଜଘାଟ ଅଞ୍ଚଳ କୁ ଡାକି ଡିଲ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ , ପୂର୍ବ ପ୍ରସ୍ତୁତି ଅନୁଯାଇ ପୋଲିସ ର ୧୫ ଜଣିଆ ଟିମ ଚଢ଼ାଉ କରି ପାଞ୍ଚ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।
ତେବେ ଦୀର୍ଘ ଦିନ ଧରି ବାଲେଶ୍ଵର ଜିଲ୍ଲା ରେ ନକଲି ସୁନା ବେପାରୀ ସକ୍ରିୟ ଥିବା ବେଳେ ଜିଲ୍ଲା ପୋଲିସ ବେପାରୀ ମାନଙ୍କୁ ଧରିବା ପାଇଁ ଜାଲ ବିଛେଇ ଥିଲେ। ଏନେଇ ଜଳେଶ୍ୱର ଥାନା ପଖ୍ଯରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇ ରାଜଘାଟ ନିକଟରୁ ପାଞ୍ଚ ଜଣ ନକଲି ସୁନା ବେପାରୀ ଙ୍କୁ ଧରିବାରେ ସଫଳ ହୋଇଛନ୍ତି।