ଓଡ଼ିଆ ନ୍ୟୁଜ୍: ବରଗଡ଼ ଗାଇସିଲେଟ ଥାନା ଫିରଙ୍ଗିମାଲ ଗାଁର ଘଟଣା।ନିଆଁ ଲଗାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ। ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଠାବ।ଆମ୍ବୁଲାନ୍ସ ଜରିଆରେ ମେଡିକାଲକୁ ସ୍ଥାନାନ୍ତର।ମାମୁ ଘରେ ରହି ପଢ଼ୁଥିଲେ ଛାତ୍ରୀ, କାହିଁକି ଜଳିଲେ ଅସ୍ପଷ୍ଟ।
ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୩ ବର୍ଷ ବୟସ୍କା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଛି।ତେବେ ଏଯାଏ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି। ତାଙ୍କ ବାପା ଦାଦନ ଖଟିବାକୁ ଯାଇଥିବା ବେଳେ ପୀଡ଼ିତା ନିଜ ମାମୁଘରେ ରହି ପାଠପଢ଼ୁଥିବା ଜଣାଯାଇଛି।