ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ: ପ୍ରଭାତୀ ପରିଡା

ଅଗଷ୍ଟ ୯ପରେ ଖୋଲିବ ସୁଭଦ୍ରା ପୋର୍ଟାଲ

0

ଓଡ଼ିଆ ନ୍ୟୁଜ୍: ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ହେବ ସର୍ଭେ । ୨୧ ବର୍ଷ ହୋଇଥିବା ଯୁବତୀ ଓ ମହିଳା କରିପାରିବେ ଆବେଦନ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ । ଆବେଦନ କରିବେ ନୂଆ ହିତାଧିକାରୀ । ତାସହ ବାଦ ପଡ଼ିଥିବା ୨ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରାରେ ଯୋଡ଼ିବା ପାଇଁ ଆଉଥରେ ହେବ ସର୍ଭେ । ଗାଡ଼ି କିଣା ଏବଂ ୫ ଏକର ଜମି ଥିବା ସହ ଆଇଟି ଫେରସ୍ତ କରିଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଛି ।

ସେହିପରି ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ତାଙ୍କର ଲିଷ୍ଟ୍ ପଠେଇ ଦିଆଯାଇଛି । ଏହି ଆଧାରକୁ ନେଇ ପୁଣି ଥରେ ଚୟନ କରାଯିବ । ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନେ ପରବର୍ତ୍ତୀ ସମୟରେ ସୁଭଦ୍ରା ଟଙ୍କା ପାଇବେ । ତୃତୀୟ କିସ୍ତି ପୂରିବା ପରେ ଯେତେବେଳେ ଚତୁର୍ଥ କିସ୍ତି ଦିଆଯିବ, ଚଳିତ ବର୍ଷ ୨୧ ବର୍ଷ ହେଇଥିବା ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ସେତେବେଳେ ପ୍ରଥମ କିସ୍ତି ମିଳିବ ।

Leave A Reply

Your email address will not be published.