ବିବାଦରେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଶୁଭଙ୍କର ମିଶ୍ରା

0

ଓଡ଼ିଆ ନ୍ୟୁଜ୍: ବିବାଦରେ ଶୁଭଙ୍କର ମିଶ୍ର। ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଶୁଭଙ୍କର ମିଶ୍ରା। ପୁରୀ ଶ୍ରୀମନ୍ଦିରକୁ ନେଇ ଦେଲେ ବିବାଦୀୟ ଟିପ୍ପଣୀ। ମନ୍ଦିର ଉପରେ ଲଗାଇଲେ ବଡ଼ ଆରୋପ। କୌଣସି ପ୍ରେମୀଯୁଗଳ ଯଦି ମନ୍ଦିର ଯା’ନ୍ତି ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ ବୋଲି ନିଜ ପଡ୍‌କାଷ୍ଟରେ କହିଛନ୍ତି ଶୁଭଙ୍କର। ବଡ଼ ବଡ଼ ଚ୍ୟାନେଲରେ ନିଉଜ୍ ଆଙ୍କର ଭାବେ କାମ କରିସାରିଥିବା ଶୁଭଙ୍କରଙ୍କ ଏଭଳି ଟିପ୍ପଣୀକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସେ ନିଜ ପଡ୍‌କାଷ୍ଟରେ ଏକ ପୁରାଣ କାହାଣୀ କହିଛନ୍ତି। ସେ ଦାବି କରିଛନ୍ତି ଯେ, ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜଗନ୍ନାଥ ରୂପ ଦର୍ଶନ କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ ମା’ ରାଧାରାଣୀ। ମନ୍ଦିର ଭିତରକୁ ଯିବା ବେଳେ ତାଙ୍କୁ ସେବାୟତମାନେ ଅଟକାଇ ଦେଇଥିଲେ। ମନ୍ଦିର ଭିତରକୁ ପ୍ରଭୁ ଜଗନ୍ନାଥଙ୍କ ପତ୍ନୀଙ୍କୁ ମଧ୍ୟ ଆସିବାର ଅନୁମତି ନାହିଁ…ଆପଣ କେମିତି ଆସିପାରିଲେ? ଏଥିରେ ରାଗିଯାଇ ମା’ ଅଭିଶାପ ଦେଇଥିଲେ। ଆଜିଠୁ କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ‌‌ସେମାନଙ୍କର ସମ୍ପର୍କ ଭାଙ୍ଗିଯିବା ସହ ବିବାହ ହୋଇପାରିବନାହିଁ। ଏହି ଅଭିଶାପ ଦେଇ ମା’ ସେଠାରୁ ଚାଲିଯାଇଥିଲେ।

Leave A Reply

Your email address will not be published.