ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ବାୟୁସେନାର ଏକ ସୁଖୋଇ ଯୁଦ୍ଧ ବିମାନ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି।ମହାରାଷ୍ଟ୍ର ନାସିକରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-30 କ୍ରାସ ହୋଇଛି । ମହାରାଷ୍ଟ୍ରର ନାଶିକରେ ଏହି ଦୁର୍ଘଟଣା ଘଟିଛି। ନାଶିକ ରେଞ୍ଜ ସ୍ପେଶାଲ ଇନ୍ସପେକ୍ଟର ଜେନେରାଲ ଡି ଆର କରାଲେ କହିଛନ୍ତି, ସୁଖୋଇ ସୁ -୨୦ ଏମକେ ବିମାନର ପାଇଲଟ ତଥା ସହ-ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଛି। ବିମାନଟି ଶିରସଗାଓଁ ଗାଁ ନିକଟ ଏକ କ୍ଷେତରେ ଖସିପଡିଥିଲା।
ସୂଚନା ଅନୁସାରେ, ବିମାନଟି ନାସିକ ନିକଟବର୍ତ୍ତୀ ଓଜାର ‘ହାଲ’ ଏୟାରବେସରୁ ଆଜି ମଧ୍ୟାହ୍ନରେ ଉଡାଣ ଭରିଥିଲା । ତେବେ ଶିରାଜଗାଓଁ ନିକଟବର୍ତ୍ତୀ ଏରିଆରେ ବିମାନଟି ଦୁର୍ଘଟଣାର ଶିକାର ହୋଇ ଖସି ପଡିଥିଲା । ଏହି ଡୁଆଲ ସିଟର ଫାଇଟର ଜେଟକୁ ଦୁଇଜଣ ପାଇଲଟ ଉଡାଉଥିଲେ । ତେବେ ଉଭୟ ଏମରଜେନ୍ସି ଏକଜିଟ ବା ‘ଇଜେକ୍ଟ’ କରି ସଫଳତାର ସହ ପାରାଲ୍ୟାଣ୍ଡିଂ କରିଥିଲେ । ଗ୍ରାମ ନିକଟବର୍ତ୍ତୀ କ୍ଷେତରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଛି । ଉଭୟ ପାଇଲଟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ) ଦ୍ବାରା ଅପଗ୍ରେଡ ହୋଇଥିବା ଏହି ବିମାନର ଯାନ୍ତ୍ରିକ ତ୍ରୁଟିର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି ।
ଭାରତୀୟ ବାୟୁସେନାର ବୈଷୟିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଏକ ବିଭାଗୀୟ ଇନକ୍ବାରୀ ମଧ୍ୟ ନିର୍ଦ୍ଦେଶ ଦେଇଛି ବାୟୁସେନା । ତେବେ ନିକଟରେ ରାଜସ୍ଥାନରେ ଏକ ତେଜସ ବିମାନ ମଧ୍ୟ କ୍ରାସ ହୋଇଥିଲା । ଏକ ବହୁଦେଶୀୟ ସମରାଭ୍ୟାସ ବେଳେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିବା ସମୟରେ ଏହି କ୍ରାସ ହୋଇଥିଲା । ଏହା ଥିଲା ଦେଶର ପ୍ରଥମ ‘ତେଜସ’ କ୍ରାସ । ଏହାକୁ ଜଣେ ପାଇଲଟ ଉଡାଉଥିଲେ ।
Comments are closed.