ସୋସିଆଲ ମିଡିଆ ‘ଏକ୍ସ’ର ପ୍ଲାଟଫର୍ମ ଡାଉନ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ୍‌। ଅନେକ ବ୍ୟବହାରକାରୀ ନିଜ ଆକାଉଣ୍ଟକୁ ଖୋଲିପାରୁନାହାନ୍ତି।   ସାରା ବିଶ୍ୱରେ ‘ଏକ୍ସ’ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି। ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖିପାରୁନାହାନ୍ତି ବ୍ୟବହାରକାରୀ। ସର୍ଭର ଡାଇନ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି |

ଖବର ଲେଖାଯିବା ସୁଦ୍ଧା ୩୨୯ଜଣ ଏନେଇ ରିପୋର୍ଟ କରିଛନ୍ତି। ତେବେ ନିର୍ବାଚନ ଫଳାଫଳ ଆସିବା ଦିନ ଏଭଳି ସ୍ଥିତିକୁ ନେଇ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ପୂର୍ବରୁ ଏପ୍ରିଲ ୧୧ରେ ଏକ୍ସ ସେବା ଠପ୍‌ ହୋଇଯାଇଥିଲା। ପ୍ରାୟ ଦିନ ୧୧ଟାରୁ ସର୍ଭର ଡାଉନ ରହିଛି। ମାଇକ୍ରୋ ବ୍ଲଗଂ ସାଇଟ ‘ଏକ୍ସ’ର ସର୍ଭର ଡାଉନ ପରେ ସୋସିଆଲ ମିଡିଆ ୟୁଜର୍ସ ଅସୁବିଧାରେ ପଡ଼ିଛନ୍ତି। ମୋବାଇଲ ଓ ଡେସ୍କଟପ୍‌ରେ ଏକ୍ସ ଚଳାଉଥିବା ୟୁଜର୍ସମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ସେମାନେ ଏହାକୁ ଆଉ ବ୍ୟବହାର କରିପାରୁ ନାହାନ୍ତି। ସେପଟେ ସୋଶାଲ ମିଡିଆ ଏକ୍ସରେ ମଧ୍ୟ ଖୋଦ୍‌ #TwitterDown ଟ୍ରେଣ୍ଡ କରୁଛି। ହୋମ୍‌ ପେଜ୍‌ରୁ ସବୁ କିଛି ଗାଏବ ହୋଇଯାଇଛି। ହୋମ୍‌ ପେଜ୍‌ରେ କେବଳ welcome to X ଲେଖାଅଛି। ତେବେ କାହିଁକି ଏଭଳି ସ୍ଥିତି ହୋଇଛି ସେନେଇ ଏକ୍ସ ପକ୍ଷରକୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏକ ଘଣ୍ଟା କାଳ ଟ୍ୱିଟର୍‌ ଠପ୍‌ ହେବା ପରେ ପୁଣି ଥରେ ରିଷ୍ଟୋର ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.