ମେୟର ଭାବେ ଶପଥ ଗ୍ରହଣ କଲେ ସୁଲୋଚନା ଦାସ; କହିଲେ ଭୁବନେଶ୍ୱରର ବିକାଶ ଆମର ପ୍ରଥମ ଲକ୍ଷ୍ୟ

0

ଶନିବାର ବିଏମ୍‌ସିର ମେୟର ଭାବେ ଶପଥ ଗ୍ରହଣ କଲେ ସୁଲୋଚନା ଦାସ। ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା। ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହାଛଡ଼ା ସେ ସମସ୍ତ ୬୭ ନବନିର୍ବାଚିତ କର୍ପୋରେଟରମାନଙ୍କୁ ଶପଥ ଗ୍ରହଣ କରାଉଛନ୍ତି। ଆଜି ରାଜଧାନୀର ପ୍ରଥମ ମହିଳା ମେୟର୍ ଭାବେ ସୁଲୋଚନା ଦାସଙ୍କ ସହ ସମସ୍ତ କର୍ପୋରେଟର ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିବେ। ଏତଦ୍‌ବ୍ୟତୀତ ଡେପୁଟି ମେୟର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ମେୟର ଭାବେ ଶପଥ ନେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସୁଲୋଚନା। ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଭୁବନେଶ୍ୱରର ବିକାଶ ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି। ସେବାଗୁଡିକୁ ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ । ଭୁବନେଶ୍ୱରକୁ ନମ୍ବର-୧ ସିଟିରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି ।

ସୂଚନାଯୋଗ୍ୟ, ୬୭ କର୍ପୋରେଟର୍‌ଙ୍କ ମଧ୍ୟରୁ ୫୧ଜଣ ପ୍ରଥମଥର ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରଥମଥର ପାଇଁ ସେମାନେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇବା ସହ ନିଜ ଅଞ୍ଚଳକୁ ପ୍ରତିନିଧିତ୍ବ କରିବା ପାଇଁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ୩୩ଜଣ ମହିଳା ଅଛନ୍ତି, ଯେଉଁମାନେ ପ୍ରଥମଥର ପାଇଁ କର୍ପୋରେସନରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.