ଓଡିଆ ନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର କୁବେର ADM ବିଶ୍ବଜିତ୍ ମହପାତ୍ର । ସମ୍ପତ୍ତିର ଦେଖି ଯେ କେହିବି ଟେରା ହୋଇଯିବ । ଚଳିତ ମାସ ୨୮ ତାରିଖରେ ଚାକିରିରୁ ଅବସର ନେଇଥାନ୍ତେ ଏଡିଏମ ବିଶ୍ୱଜିତ ମହାପାତ୍ର । ଏହା ପୂର୍ବରୁ ସେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ବିଭାଗ। ଯେତିକି ଜାଗରେ ରେଡ୍ ମାରିଛି ତାକୁ ଶୁଣିଲେ ତାଜୁବ ହୋଇଯିବେ। ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ଫ୍ଲାଟ, ବାଲିଅନ୍ତା, ଜଗତସିଂହପୁର ପୈତୃକ ଘର, ସୁନ୍ଦରଗଡ଼ ଅଫିସ, ସରକାରୀ ବାସଭବନ ଓ ସମ୍ପର୍କୀୟଙ୍କ ଘରେ ଚଢଉ କରାଯାଉଛି ।
ଭୁବନେଶ୍ୱରର ନହରକଣ୍ଟାରେ ରହିଛି ୮୯ଲକ୍ଷ ଟଙ୍କାର ୨ ମହଲା କୋଠା। ଏଥିସହ ମା’ ଏଣ୍ଟର ପ୍ରାଇଜେସ୍ ନାମରେ ଚାଲିଥିବା ସିମେଣ୍ଟ ଗୋଡ୍ଡାଉନ୍ ଠାବ ହୋଇଛି । ତେବେ କାହା ନାଁରେ ଗୋଡ୍ଡାଉନ୍ ଅଛି ତଦନ୍ତ କରୁଛି ଭିଜିଲାନ୍ସ । ରସୁଲଗଡ଼ରେ ଗୋଟିଏ ଫ୍ଲାଟ ରହିଥିବା ବେଳେ ଭୁବନେଶ୍ୱର ଓ ଜଗତସିଂହପୁରରେ ୧୦ଟି ପ୍ଲଟ ରହିଛି। ବିଶ୍ୱଜିତଙ୍କର ରହିଛି ଏକ କୋଟି ଟଙ୍କାରୁ ଅଧିକ ଫିକ୍ସଡ୍ ଡିପୋଜିଟ। ଘରୁ ନଗଦ ୩ ଲକ୍ଷ ଟଙ୍କା ଜବତ ହୋଇଛି। ଏକାଧିକ ଜମାଖାତା ବର୍ତ୍ତମାନ ସୁଦ୍ଧା ଯାଞ୍ଚ ହୋଇନାହିଁ।