ନିର୍ବାଚନୀ ଆଚରଣ ବିଧି ଲାଗିଥିଲେ ମଧ୍ୟ ବୋଲ ମାନିଲାନି ପ୍ରମିଳାଙ୍କ ତୁଣ୍ଡ: ନୋଟିସ ଜାରି କଲେ ଜିଲ୍ଲାପାଳ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ନିର୍ବାଚନୀ ଆଚରଣ ବିଧି ଲାଗିଥିଲେ ମଧ୍ୟ ବୋଲ ମାନୁନି ତୁଣ୍ଡ। ଶାସକ ଦଳର ଅନେକ ନେତା ଖୁଲମ ଖୁଲମ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିଲେ ମଧ୍ୟ କିଛି ବି କାର୍ଯ୍ୟାନୁଷ୍ଠାନ ହେଉନଥିବା ବିରୋଧର ଅଭିଯୋଗ କରିଛନ୍ତି। ଏପଟେ  ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ।  ଏହି ଘଟଣାକୁ ନେଇ  ବିଧାୟିକାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ।

jajpur

ଅଭିଯୋଗ ହୋଇଛି କି ଯାଜପୁର ଅଳକୁଣ୍ଡ ଅଞ୍ଚଳରେ ନିର୍ବାଚନୀ ପ୍ରଚାର ବେଳେ ପ୍ରମିଳା ମଲ୍ଲିକ ଭୋଟରଙ୍କୁ ପ୍ରଭାବିତ କଲା ଭଳି ଭାଷଣ ଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଖବର  ପାଇବା ପରେ ଯାଜପୁର ଜିଲ୍ଲପାଳ ପ୍ରମିଳାଙ୍କୁ ନୋଟିସ କରିଛନ୍ତି।କିନ୍ତୁ ଗତକାଲି ବିଧାୟକ ପ୍ରମିଳା ମଲ୍ଲିକ ନିଜ ସଫେଇରେ କହିଛନ୍ତି ସେ କୌଣସି ଆଚରଣ ବିଧିର ଉଲଂଘନ କରି ନାହାନ୍ତି । ବରଂ ଲୋକଙ୍କୁ ଉଦବୋଧନ ଦେଇ ଆକଷ୍ଟ କରିବାକୁ ଚେଷ୍ଟା କରିଛି।

Leave A Reply

Your email address will not be published.