ଓଡ଼ିଆ ନ୍ୟୁଜ୍: ଗୋଷ୍ଠୀ ସଂଘର୍ଷ ପରେ ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ।୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କଲା ଜିଲ୍ଲା ପ୍ରଶାସନ। ଆଜି ସଂଧ୍ୟା ୬ରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ।ପୂରା ସୁନ୍ଦରଗଡ଼ ସହରରେ BNS ୧୬୩ ଜାରି।ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି କହିଲେ ଜିଲ୍ଲାପାଳ।ଶାନ୍ତି କମିଟି ଡାକି ବୈଠକ ପାଇଁ ଚେଷ୍ଟା କରାଯାଉଛି- ଜିଲ୍ଲାପାଳ।ଏସପି ଓ ଏସଡିପିଓ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଢେଲାପଥର ମାଡ଼ରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।
ଘଟଣାସ୍ଥଳକୁ ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରିଜେଶ ରାୟ ,ଉପଜିଲ୍ଲାପାଳ ତେଜସ୍ଵୀନି ବେହେରା ପହଞ୍ଚି ଉତ୍ୟକ୍ତ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରୁଛନ୍ତି । ରିଜେଣ୍ଟ ମାର୍କେଟ ସହ ସହରର ଅନ୍ୟ ସବୁ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପରିସ୍ଥିତି ଅଣାୟତ୍ତ ହୋଇଥିଲେ ହେଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୋଷ୍ଠୀ ସଂଘର୍ଷ ପାଇଁ ପୁରା ସୁନ୍ଦରଗଡ଼ ସହରରେ BNS 163 ଜାରି । ସହରରେ 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ଆଜି ସନ୍ଧ୍ୟା 6 ଟା ରୁ ଆସନ୍ତାକାଲି ସନ୍ଧ୍ୟା 6 ଟା ଯାଏ ଇଣ୍ଟରନେଟ ସେବା ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଗୋଷ୍ଠୀ ସଂଘର୍ଷକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁନ୍ଦରଗଡରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।