ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି; ଦୁଇ ସପ୍ତାହ ମଧ୍ୟରେ ସୁପରଟେକ୍ ଏମେରାଲ୍ଡ କୋର୍ଟର ଉଭୟ ଟାୱାର ଭାଙ୍ଗିବାକୁ ନିର୍ଦ୍ଦେଶ

0

ଦୁଇ ସପ୍ତାହ ମଧ୍ୟରେ ନୋଏଡାସ୍ଥିତ ସୁପରଟେକ୍ ଏମେରାଲ୍ଡ କୋର୍ଟର ଦୁଇଟି ୪୦ ମହଲା ବିଶିଷ୍ଟ ଟାୱାର ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଏକ ଖଣ୍ଡପିଠରେ ନୋଏଡାର ସିଇଓଙ୍କୁ ୭୨ ଘଣ୍ଟା ମଧ୍ୟରେ ସମସ୍ତ ସଂପୃକ୍ତ ଏଜେନ୍ସିର ବୈଠକ ଡକାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଯାହାଫଳରେ ଉଭୟ ଟାୱାର ଭାଙ୍ଗିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇପାରିବ | କୋର୍ଟ କହିଛନ୍ତି ଯେ ନୋଏଡାର ସିଇଓ କୋର୍ଟର ନିର୍ଦ୍ଦେଶ ପାଳନ କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ଗତ ବର୍ଷ ୩୧ ଅଗଷ୍ଟ ୨୦୨୧ ରେ ସୁପରଟେକ୍ ଏମେରାଲ୍ଡ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଥିଲେ। ତିନିମାସ ମଧ୍ୟରେ ନୋଏଡାରେ ଅବସ୍ଥିତ ସୁପରଟେକ୍ ଏମେରାଲ୍ଡର ୪୦ ମହଲା ବିଶିଷ୍ଟ ୨ଟି ଟାୱାରକୁ ଭାଙ୍ଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶରେ କୁହାଯାଇଛି ଯେ ବେଆଇନ ନିର୍ମାଣକୁ କଡାକଡି ଭାବେ କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ  ଏଥିସହ, ବୁକିଂ ସମୟରୁ ଘର କ୍ରେତାଙ୍କୁ ୧୨ ପ୍ରତିଶତ ସୁଧ ସହିତ ଫେରସ୍ତ କରିବାକୁ  ଏମେରାଲ୍ଡକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

Leave A Reply

Your email address will not be published.