ଲାଞ୍ଚ ନେବାବେଳେ ଧରାପଡିଲେ ଥାନା ଅଧିକାରୀ

0

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଅଧିକାରୀ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଜିଲ୍ଲା ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଛି। ଏହାପରେ ଭିଜିଲାନ୍ସ ଟିମ ତାଙ୍କ ସରକାରୀ ବାସଭବନ ସମେତ ପୈତୃକ ଘରେ ଚଢାଉ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ସେପ୍ଟେମ୍ବରରେ ଏକ ମାମଲାର ରଫାଦଫା ନେଇ ଜଣେ ବ୍ୟକ୍ତିଙ୍କଠାରୁ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସେ ଭିଜିଲାନ୍ସକୁ ଏସଂପର୍କରେ ସୂଚନା ଦେଇଥିଲେ। ଏହାପରେ ଆଜି ଭିଜିଲାନ୍ସ ଟିମ୍ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଲେଖଙ୍କୁ ଗିରଫ କରିଥିଲା। ନରସିଂହପୁର ଥାନା ଅଧିକାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୨୦ ହଜାର ଟଙ୍କା ଜବତ କରିଥିବା ଜଣାଯାଇଛି।

Leave A Reply

Your email address will not be published.