ଜ୍ଞାନବାପୀ ମସଜିଦ୍ ମାମଲାରେ ଆଜି ସୁପ୍ରିମ୍ ଶୁଣାଣି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜ୍ଞାନବାପୀ ମସଜିଦ୍ କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ଗୋଟିଏ ପଣେ ଗୋଟିଏ ବିବାଦ ସାମ୍ନାକୁ ଆସୁଛି । ଏହି ମାମଲା ସୁପ୍ରିମକୋର୍ଟରେ ରହିଛି । ଏହି ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲା ମାମଲା ଶୁଣାଣି ଯୋଗ୍ୟ ନା ନୁହେଁ, ଏନେଇ ଆଜି ଆସିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଉତ୍ତରପ୍ରଦେଶ ବାରଣାସୀ ଜିଲ୍ଲା ଜଜ୍ ଆଜି ଏ ସମ୍ପର୍କରେ ନିଜ ରାୟ ଶୁଣାଇବେ, ଯାହା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାରଣାସୀରେ ୧୪୪ ଧାରା ଲାଗୁ କରାଯାଇଛି।

ଏହି ମାମଲାରେ ସମସ୍ତ ପକ୍ଷ ନିଜ ବୟାନ ରେକର୍ଡ କରି ସାରିଛନ୍ତି। ୨୧ ଦିନ ଧରି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଆଜି ଅପରାହ୍ନ ୨ଟାରେ ଏହାର ଶୁଣାଣି ଆରମ୍ଭ ହେବ। ଅପରାହ୍ନ ୫ଟା ପୂର୍ବରୁ ଏହି ବହୁ ଚର୍ଚ୍ଚିତ ମାମଲାକୁ ନେଇ ରାୟ ଆସିଯିବ ବୋଲି ଅନୁମାନ କରାଯାଉଛି।

ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବାର ଅଧିକାର ମାଗୁଛନ୍ତି ଆବେଦନକାରୀ ମହିଳା। ଏପରିକି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ନିମନ୍ତେ ମଧ୍ୟ ଅନୁମତି ଦେବାକୁ ଗତ ବର୍ଷ ଏକ ଆବେଦନ କରାଯାଇଥିଲା । ଗତ ବର୍ଷ ମେ’ ମାସରେ ଦିଲ୍ଲୀର ରାକ୍ଷୀ ସିଂ ଏବଂ ବାରାଣାସୀର ୪ଜଣ ମହିଳା ସିଭିଲ୍ ଜଜଙ୍କ କୋର୍ଟରେ ଏହି ଆବେଦନ କରିଥିଲେ। ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା। ତେବେ ଆଜିର ରାୟ ଉପରେ ରହିଛି ସମସ୍ତଙ୍କର ନଜର ।

 

Leave A Reply

Your email address will not be published.