ଓଡ଼ିଆ ନ୍ୟୁଜ୍: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା।‘ବିଭାଗ ସତର୍କ ଅଛି ଓ ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ’।‘ପ୍ରଥମେ ତାମିଲନାଡୁ, ଆନ୍ଧ୍ର ଓ ପରେ ଓଡ଼ିଶାରେ ପ୍ରଭାବ ସମ୍ଭାବନା ଅଛି’। ୨୪ ତାରିଖ ବେଳକୁ ଅଧିକ ସ୍ପଷ୍ଟତା ଆସିପାରିବ। ନଭେମ୍ବର ଶେଷ ଆଡ଼କୁ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ମନ୍ତ୍ରୀ ପୂଜାରୀ ରବିବାର ଗଣମାଧ୍ୟମକୁ କହିଛନ୍ତି, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଏବଂ ଅଧିକାରୀଙ୍କ ବହୁ ଅଭିଜ୍ଞତା ରହିଛି। ଓଡ଼ିଶା ଉପରେ ବାତ୍ୟାର କେତେ ପ୍ରଭାବ ପଡିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭାବ୍ୟ ବାତ୍ୟା ସମୀକ୍ଷା କରିଛନ୍ତି। ଏନେଇ ସଜାଗ ରହିବାକୁ ରାଜସ୍ବ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାପାଳମାନଙ୍କୁ ସମୀକ୍ଷା ବୈଠକରେ କୁହାଯାଇଛି।