ଓଡ଼ିଆ ନ୍ୟୁଜ୍: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ କହିଲେ ରାଜସ୍ବ ମନ୍ତ୍ରୀ। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ, ଆମେ ସବୁବେଳେ ପ୍ରସ୍ତୁତ।କୃଷି ଓ ଶକ୍ତି ବିଭାଗ ସହ ଯୋଗାଯୋଗରେ ଅଛୁ।ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି।ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି।ପଶୁମାନଙ୍କ ସୁରକ୍ଷା ପାଇଁ ପଶୁ ସମ୍ପଦ ବିଭାଗକୁ ଆଲର୍ଟ କରାଯାଇଛି।ଯଦି ବାତ୍ୟା ନଆସେ ଓଡ଼ିଶା ପାଇଁ ଭଲ, ଆସିଲେ ମୁକାବିଲା ପାଇଁ ପ୍ରସ୍ତୁତ।ଆତଙ୍କିତ ହୁଅନ୍ତୁ ନାହିଁ, ମୁକାବିଲା ନେଇ ସରକାର ପ୍ରସ୍ତୁତ- ମନ୍ତ୍ରୀ। ‘ଆବଶ୍ୟକ ସ୍ଥଳେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ’।
୨୬ରେ ଅବପାତ ପରେ ଗଭୀର ଅବପାତ ସମ୍ଭାବନା ରହିଛି। ଗଭୀର ଅବପାତ ପରେ ବାତ୍ୟା ସମ୍ଭାବନା । ତୀବ୍ର ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା । କେନ୍ଦ୍ରୀୟ କିମ୍ବା ଉତ୍ତର ଆନ୍ଧ୍ର ଦେଇ ସ୍ଥଳଭାଗ ଛୁଇଁବ । ବାତ୍ୟାର ରୂପ ନେବା ପରେ ଓଡ଼ିଶାରେ ବଡ଼ ପ୍ରଭାବ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୮୦ କିଲୋମିଟର ବେଗରେ ପବନ ବହିପାରେ। କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ ଭୟଙ୍କର ବର୍ଷା ଆଶଙ୍କା ରହିଛି । ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ମଧ୍ୟ ଆଲର୍ଟ କରାଗଲା । ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବି ପ୍ରଶାସନକୁ ସଜାଗ କରାଗଲା ।