ଓଡ଼ିଆ ନ୍ୟୁଜ୍: ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । କହିଛନ୍ତି ମୟୂରଭଞ୍ଜ, ବାଲେଶ୍ଵର ଓ କେନ୍ଦୁଝର ଅଞ୍ଚଳରେ ଓଡ୍ରାଫ ମୁତୟନ ଅଛନ୍ତି । ଓଡ୍ରାଫ ଆହୁରି ମଧ୍ୟ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। NDRF ମୁତୟନ ରହିଛନ୍ତି । ଅଗ୍ନିଶମ ବାହିନୀ ସମ୍ପୂର୍ଣ ଭାବରେ କାର୍ଯ୍ୟ କରୁଛନ୍ତି । ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ଅଛି । RDC ଗ୍ରାଉଣ୍ଡରେ ଅହରହ କାର୍ଯ୍ୟ କରୁଛନ୍ତି । ଝାଡ଼ଖଣ୍ଡ ସରକାରଙ୍କ ସହ ଘନଘନ ଆଲୋଚନା କରାଯାଇଛି । ଘଳିଆ ଗୁଡ଼ିକୁ ନଜର ରଖିଛନ୍ତି ଜଳସମ୍ପଦ ଅଧିକାରୀ । ୭ରୁ ୮ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲେ ବି ତାକୁ ମୁଜି ଦିଆଯାଇଛି ।
ଲୋକେ ସୁରକ୍ଷିତ ଓ ନିରାପଦ ବର୍ତ୍ତମାନ ରହିଛନ୍ତି । ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ଆଗୁଆ ସଙ୍କା, ଚିନ୍ତା ଓ ଭୟଭୀତ ହୁଅନ୍ତୁ ନାହିଁ । ଫସଲ ବ୍ୟାପକ ନଷ୍ଟ ହୋଇଛି । ଆପଣମାନେ କିନ୍ତୁ ଜୀବନକୁ ବାଜି ଲଗାନ୍ତୁ ନାହିଁ ସୁରକ୍ଷିତ ରୁହନ୍ତୁ । ରିଲିଫ ସେଣ୍ଟରରେ ରହିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ନିବେଦନ । ନିରାପଦ ସ୍ଥାନକୁ ଚାଲି ଆସନ୍ତୁ । ଆପଣଙ୍କର ଯାହା କ୍ଷତି ହେବ ଆମେ ବ୍ୟାପକ କ୍ଷତିପୂରଣ ଦେବାକୁ ପ୍ରସ୍ତୁତ । ସ୍ଥିତି ଧୀରେ ଧୀରେ ସୁଧୁରୁଚି । କିନ୍ତୁ ଲଘୁଚାପ ଆଉ ଏକ ହେବାର ଅଛି । ବର୍ତମାନ ବର୍ଷା ବନ୍ଦ ରହିଛି ।