ଓଡ଼ିଆ ନ୍ୟୁଜ୍: ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ମେ ୭ ତାରିଖରେ ଏକ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିଲେ, ତା’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶର ୨୪୪ଟି ସିଭିଲ ଡିଫେନ୍ସ ଜିଲାରେ (ଓଡ଼ିଶାର ୧୨ଜିଲା)ରେ ଏହି ବିଶାଳ ସମରାଭ୍ୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ୧୯୭୧ ପରେ ପ୍ରଥମ। ୧୯୯୯ରେ କାରିଗଲ ଯୁଦ୍ଧ ସମୟରେ ମଧ୍ୟ ଏପରି କୌଣସି ବି ଅଭ୍ୟାସ ହୋଇ ନଥିଲା।
ଏହି ମକ ଡ୍ରିଲ ସମୟରେ ବ୍ଲାକଆଉଟ ହେବ। ଏହାର ଅର୍ଥ ହେଉଛି ଆକ୍ରମଣ ସମୟରେ ସମସ୍ତ ଘର, କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନର ଅନ୍ଧାର ହୋଇଯିବ। ଏହା ସହିତ ଜୋରରେ ସାଇରନ ମଧ୍ୟ ବଜାଯିବ। ସାଇରନ ଶୁଣିବା ମାତ୍ରେ ଲୋକଙ୍କୁ ସତର୍କ ରହିବାକୁ ପଡିବ ଏବଂ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ। ଆକ୍ରମଣ ସମୟରେ ନାଗରିକମାନଙ୍କୁ ବଞ୍ଚିବା ପାଇଁ ତାଲିମ ଦିଆଯିବ।
ତେବେ ଏହାକୁ ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, କେବଳ ଜିଲା ନୁହେଁ ଆଗକୁ ଗାଁ ଗାଁରେ ହେବ ମକ ଡ୍ରିଲ। ଯୁଦ୍ଧ ସମୟରେ କଣ କରିବାକୁ ପଡେ, ଆଡଭାଇଜାରି ଆସିବ। ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ରହିବା ଉଚିତ। ଓଡ୍ରାଫ, ଅଗ୍ନିଶମ, ପୋଲିସର ଭୂମିକା ରହିବ। ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ। ଏଭଳି ପରିସ୍ଥିତିରେ ସଜାଗ ରହ ସାମ୍ନା କରିବାକୁ ପଡ଼ିବ।