ନବୀନ ନେତାଙ୍କୁ ମାରିଛନ୍ତି: ରାଜସ୍ୱ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ନବୀନଙ୍କୁ କଡ଼ା କାଉଣ୍ଟର କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ନବୀନଙ୍କୁ ବିତର୍କ ପାଇଁ ଆହ୍ୱାନ ଦେଲେ ସୁରେଶ ପୂଜାରୀ। ଆଇନଶୃଙ୍ଖଳା କଥା କହୁଛନ୍ତି ଯଦି ଗୃହରେ ମୁଲତବି ପ୍ରସ୍ତାବ ଆଣନ୍ତୁ। ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି।ବିଜେପି ଜନସେବାରେ ବ୍ୟସ୍ତ ଅଛି, ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରିନି।

ବିଜେଡି କିନ୍ତୁ ମେଣ୍ଟ ଭାଙ୍ଗିବା ବେଳେ ବିଜେପିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା।କ୍ଷମତା ଯିବା ପରେ ତାଙ୍କର ଅନେକ ନେତା ବିଜେପି ଯୋଗାଯୋଗରେ ଅଛନ୍ତି। ବିଜେଡି ନେତାଙ୍କୁ ରଖି ପାରୁନି କହିଲେ ରାଜସ୍ୱ ମନ୍ତ୍ରୀ।କ୍ଷମତା ହେଉଛି ଫେଭିକଲ୍‌ ଯାହା ଚାଲିଗଲେ ସବୁ ଭାଙ୍ଗିଯାଏ।ନବୀନ ସବୁବେଳେ ନେତାଙ୍କୁ ମାରିଛନ୍ତି, କେବେ କାହାକୁ ତିଆରି କରି ନାହାନ୍ତି।

Leave A Reply

Your email address will not be published.