ମିଥ୍ୟା ଖବର ପ୍ରସାରଣ ନେଇ ବୈଦ୍ୟୁତିକ ଗଣମାଧ୍ୟମକୁ ଲିଗାଲ ନୋଟିସ୍ ପଠାଇଲେ ସୁଶାନ୍ତ ସିଂ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମିଥ୍ୟା ଖବର ପ୍ରସାରଣ ନେଇ ବୈଦ୍ୟୁତିକ ଗଣମାଧ୍ୟମକୁ ଲିଗାଲ ନୋଟିସ୍ ପଠାଇଲେ ଭଟଲିର ବିଜେଡି ବିଧାୟକ ସୁଶାନ୍ତ ସିଂ । ଓକିଲଙ୍କ ଜରିଆରେ ସଂପୃକ୍ତ ଚ୍ୟାନେଲର ସଂପାଦକ ଓ ଉପସ୍ଥାପକଙ୍କୁ ଲିଗାଲ୍ ନୋଟିସ ଦେଇଛନ୍ତି । ଖବର ପ୍ରସାରଣରେ ବିଧାୟକଙ୍କ ସମ୍ମାନହାନୀ ହେଲା ଭଳି ଶବ୍ଦ ବ୍ୟବହାର ହୋଇଥିଲା । ବିଧାୟକଙ୍କ କୌଣସି ପ୍ରତିକ୍ରିୟା ନନେଇ ମିଛ ଖବର ପ୍ରସାରଣ କରିଥିଲେ ନିର୍ଦ୍ଦିଷ୍ଟ ଚ୍ୟାନେଲ । ରାଜା ଖାନ ସହ ବିଧାୟକଙ୍କ ସଂପର୍କକୁ ନେଇ ମିଛ ଖବର ପ୍ରସାରଣ କରିବା ସହ ବିଧାୟକଙ୍କ କିଛି ଏଡିଟେଡ ଭିଡିଓ ଏବଂ ଫଟୋ ଟେଲିକାଷ୍ଟ ହୋଇଥିଲା । ଉଦ୍ଦେଶ୍ୟମୂଳକ ଭାବେ ଏହା କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏଭଳି ମିଛ ଖବର ଯୋଗୁଁ ବିଧାୟକଙ୍କ ସମ୍ମାନହାନୀ ହୋଇଛି ।

ଏଭଳି ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ଲିଗାଲ୍ ନୋଟିସ ପଠାଇଛନ୍ତି ସୁଶାନ୍ତ ସିଂ । ଏହାସହ ଉଦ୍ଦେଶ୍ୟମୂଳକ ଭିଡିଓକୁ ଅନଲାଇନରୁ ହଟାଇବାକୁ ଦାବି ଜଣାଇବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଭିଡିଓ ନହଟାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି  କୁହାଯାଇଛି ଲିଗାଲ ନୋଟିସରେ ।

Leave A Reply

Your email address will not be published.