ଓଡ଼ିଆ ନ୍ୟୁଜ୍: ଜାତୀୟ ସ୍ୱଚ୍ଛ ସହର ତାଲିକାରେ ସ୍ଥାନ ପାଇଲା ଓଡ଼ିଶାର ୨ଟି ସହର।ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣ ସହର ତାଲିକାରେ ଆସିକା ଓ ଚିକିଟି।୨ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଆସିକା। ୨୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ଚିକିଟିକୁ ସ୍ୱଚ୍ଛ ସହର ପୁରସ୍କାର। ପ୍ରମିଜିଙ୍ଗ ସ୍ବଚ୍ଛ ସହର ଭାବେ ପୁରସ୍କାର ଜିତିଲା ଭୁବନେଶ୍ବର।ପୁରସ୍କାର ଗ୍ରହଣ କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ଉତ୍ସବରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)କୁ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀ ଏବଂ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ପୁରସ୍କାର ଗ୍ରହଣ କରିଛନ୍ତି।
ଭୁବନେଶ୍ୱର ବ୍ୟତୀତ, ଗଞ୍ଜାମ ଜିଲାର ଆସ୍କା ଓ ଚିକିଟି ଏନଏସିକୁ ମଧ୍ୟ ଏହି ଉତ୍ସବରେ ସମ୍ମାନିତ କରାଯାଇଛି। ୨୦,୦୦୦ରୁ ୫୦,୦୦୦ ଜନସଂଖ୍ୟା ଶ୍ରେଣୀରେ ଆସ୍କା ଏନଏସି ଏବଂ ୨୦,୦୦୦ରୁ କମ ଜନସଂଖ୍ୟା ଶ୍ରେଣୀରେ ଚିକିଟି ଏନଏସିକୁ ‘ସ୍ୱଚ୍ଛ ସେହର’ ପୁରସ୍କାର ପ୍ରଦାନ କରାଯାଇଛି।ବିଏମସି କର୍ତ୍ତୃପକ୍ଷ ରାଜଧାନୀର ଜନସାଧାରଣଙ୍କୁ ସେମାନଙ୍କ ଅଞ୍ଚଳକୁ ସଫା ରଖିବା ପାଇଁ କରିଥିବା ପ୍ରୟାସ ବଦଳରେ ଧନ୍ୟବାଦ ଜଣାଇଛନ୍ତି।