ସମ୍ବଲପୁର GM ବିଶ୍ୱବିଦ୍ୟାଳୟର କେଳେଙ୍କାରୀ ‘ସୁନା’ ସାର୍‌ ସସ୍‌ପେଣ୍ଡ୍‌

0

ଓଡ଼ିଆ ନ୍ୟୁଜ୍: ସମ୍ବଲପୁର GM ବିଶ୍ୱବିଦ୍ୟାଳୟର କେଳେଙ୍କାରୀ ‘ସୁନା’ ସାର୍‌ ସସ୍‌ପେଣ୍ଡ୍‌।ଏଜୁକେସନ୍‌ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନା ସସ୍‌ପେଣ୍ଡ୍‌।ସମ୍ବଲପୁର GM ବିଶ୍ୱବିଦ୍ୟାଳୟର ଏଜୁକେସନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନାଙ୍କୁ ଗୁରୁବାର ଚାକିରିରୁ ସସ୍‌ପେଣ୍ଡ କରାଯାଇଛି। ମହିଳା ଥାନା ଆଇଆଇସିଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି।

ସୂଚନା ଯୋଗ୍ୟ, ସମ୍ବଲପୁର GM ବିଶ୍ୱବିଦ୍ୟାଳୟର ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ ବିଏଡ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ। ହେଲେ ପ୍ରଫେସର ଗୋପିକାନ୍ତ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ସେ ଛାତ୍ରୀଙ୍କୁ ବିବାହ କରିବାକୁ ମନା କରି ଦେବାସହ ନିର୍ଯାତନା ଦେଇ ପ୍ରତାରଣା କରିଥିଲେ। ଏନେଇ ଛାତ୍ରୀ ଜଣକ ପ୍ରଫେସର ଗୋପିକାନ୍ତଙ୍କ ନାମରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭତ୍ତି କରି ପୋଲିସ ପ୍ରଫେସର ଗୋପିକାନ୍ତଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଚାକିରିରୁ ସସ୍‌ପେଣ୍ଡ କରି ଦିଆଯାଇଛି।

Leave A Reply

Your email address will not be published.