ଡିପ୍ରେସନର ଲକ୍ଷଣ କ’ଣ?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଡିପ୍ରେସନ ବା ମାନସିକ ଅବସାଦ । ଏପରି ଏକ ରୋଗ ଯାହା ଆଜିର ଦୁନିଆରେ ଏକ ସାଧାରଣ ରୋଗରେ ପରିଣତ ହୋଇଛି । ଯେଉଁଥିପାଇଁ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ଭାରତ ନୁହେଁ ସାରା ବିଶ୍ୱ ଏବେ ରୋଗରେ ଆକ୍ରାନ୍ତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ରିପୋର୍ଟ ଉପରେ । ଆଉ ଜାଣନ୍ତୁ ଏହାର ଲକ୍ଷଣ ଏବଂ ନିରାକରଣ ।

– ୨୦୨୨ରେ ଦେଶରେ ୫ କୋଟିରୁ ଅଧିକ ଲୋକ ମାନସିକ ଅବସାଦରେ ଆକ୍ରାନ୍ତ
– ବିଶ୍ୱରେ ୨୮୦ ମିଲିଅନ୍ ଲୋକ ମାନସିକ ଅବସାଦରେ ଆକ୍ରାନ୍ତ
– ମୋଟ ଜନସଂଖ୍ୟାର ୩.୮ ପ୍ରତିଶତ ମାନସିକ ଅବସାଦରେ ଆକ୍ରାନ୍ତ
– ଭାରତରେ ସର୍ବାଧିକ ମାନସିକ ଅବସାଦ ରୋଗୀ ରହିଛନ୍ତି
– ଦେଶରେ ସର୍ବାଧିକ ମାନସିକ ଅବସାଦ ରୋଗୀ ରାଜ୍ୟ ମଧ୍ୟରେ ଓଡି଼ଶା ରହିଛି
– ତାମିଲନାଡୁ, କେରଳ, ଗୋଆ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡି଼ଶାରେ ଆକ୍ରାନ୍ତ
– ଛୋଟ ପିଲାମାନେ ମଧ୍ୟ ମାନସିକ ଅବସାଦ ରୋଗରେ ଆକ୍ରାନ୍ତ
– ୧୫ରୁ ୨୯ ବର୍ଷ ମଧ୍ୟରେ ଆକ୍ରାନ୍ତଙ୍କ
– ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୩ ଜଣ ସାଇକାଟ୍ରିକ ଡାକ୍ତର ରହିଛନ୍ତି

ମାନସିକ ଅବସାଦର ଲକ୍ଷଣ

ଭଲ ନିଦ ନହେବା
ଭୋକ ନଲାଗିବା
ନିଜକୁ ଦୋଷୀ ଅନୁଭବ କରିବା
ସବୁବେଳେ ଦୁଃଖୀ ଅନୁଭବ କରିବା
ଆତ୍ମବିଶ୍ୱାସ ହରାଇବା
ଥକାପଣ ଓ ଚାପରେ ରହିଥିବା ଅନୁଭବ ହେବା
ଉତ୍ସାହ କମିଯିବା କିମ୍ବା ଶାରୀରିକ ଅସ୍ଥିରତା ଦେଖାଦେବା
ଏକାଗ୍ରତା ହ୍ରାସ ପାଇବା
ଆତ୍ମହତ୍ୟା ବିଷୟରେ ଚିନ୍ତା କରିବା
କୌଣସି କାର୍ୟ୍ୟରେ ଆଗ୍ରହ ନଦେଖାଇବା

କେମିତି କରିବେ ମୁକାବିଲା ?
ବିଭିନ୍ନ ଲୋକଙ୍କ ସହ କଥା ହୁଅନ୍ତୁ
ସାଙ୍ଗମାନଙ୍କ ସହିତ ମିଶନ୍ତୁ
ସୁଆଦିଆ ଖାଦ୍ୟ ଖାଆନ୍ତୁ
ପ୍ରତିଦିନ ବ୍ୟାୟାମ କରନ୍ତୁ
ଅନ୍ତର୍ନିହତ ଗୁଣକୁ ପରିପ୍ରକାର କରନ୍ତୁ
ନକାରାତ୍ମକ ଲୋକଙ୍କଠୁ ଦୂରେଇ ରୁହନ୍ତୁ
ନିଜ କାମର ସମୀକ୍ଷା କରନ୍ତୁ
ନିୟମିତ ଛୁଟି ନିଅନ୍ତୁ
ଭଲ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ
ନିଜ ପସନ୍ଦର ଗୀତ ଶୁଣନ୍ତୁ
ପୁରୁଣା କଥା ଭାବନ୍ତୁ ନାହିଁ

Leave A Reply

Your email address will not be published.