ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ହୋଇଛନ୍ତି ଟେଡ୍ରୋସ ଅଦନୋମ ଘେବ୍ରେୟସସ। ହୁ ମୁଖ୍ୟ ଭାବେ ଟେଡ୍ରୋସଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିର ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ଏନେଇ ମଙ୍ଗଳବାର ସବୁ ରାଷ୍ଟ୍ର ମିଳିତ ସହମତି ପ୍ରକାଶ କରିଛନ୍ତି। କରୋନା ମହାମାରୀର ପ୍ରତିକୂଳ ପରିସ୍ଥିତିରେ ଅନ୍ୟ କୌଣସି ପ୍ରାର୍ଥୀ ଏହି ପଦ ପାଇଁ ଟେଡ୍ରୋସଙ୍କୁ ଚ୍ୟାଲେଞ୍ଜ କରିନଥିଲେ।
ପୁଣି ଥରେ ଏହି ଦାୟିତ୍ୱ ପାଇବା ଟ୍ରେଡୋସ କହିଛନ୍ତି, ‘ଏହା ଭାବ ବିହ୍ୱଳ କରିବା ମୁହୂର୍ତ୍ତ’ । ଟେଡ୍ରୋସ ଅତି ଭାବୁକ ହୋଇଥିଲେ ଏବଂ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା। ସେ ନିଜକୁ ଯୁଦ୍ଧରେ ନବାଗତ କହିଥିଲେ। ଏହାସହ ଅତି କମ ବୟସରୁ ନିଜର ସାନ ଭାଇର ମୃତ୍ୟୁ ଦେଖିବା ପରେ ଭାଗ୍ୟ ତାଙ୍କୁ ଏଠାରେ ପହଞ୍ଚାଇଥିବା ସେ କହିଛନ୍ତି।
ଇଥୋପିୟାର ମନ୍ତ୍ରୀ ରହି ସାରିଥିବା ଟେଡ୍ରୋସ ବିଶ୍ୱ ସ୍ତରରେ କରୋନାର ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନେତୃତ୍ୱ ନେଇଥିଲେ । ବେଳେବେଳେ ଅନେକ ଭୁଲ ଏବଂ ବିଳମ୍ୱ ପଦକ୍ଷେପ ପାଇଁ ସମାଲୋଚନାର ସାମନା ମଧ୍ୟ କରିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନେତୃତ୍ୱ ନେବାରେ ସେ ହେଉଛନ୍ତି ପ୍ରଥମ ଅଫ୍ରିକୀୟ ଏବଂ ଏକମାତ୍ର ମହାନିର୍ଦ୍ଦେଶକ ଯିଏ ଡାକ୍ତର ନୁହନ୍ତି।