ମୁମ୍ବାଇ(ଓଡ଼ିଆ ନ୍ୟୁଜ୍): ଶୁକ୍ରବାର ମହାରାଷ୍ଟ୍ର ଚନ୍ଦ୍ରପୁର ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣ ଜୀବନ୍ତ ଦଗ୍ଧ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ପେଟ୍ରୋଲ ବୋଝେଇ ଟ୍ରକ ଓ ଗୋଟିଏ କାଠ ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ପେଟ୍ରୋଲ ବୋଝେଇ ଟ୍ରକଟିରେ ନିଆଁ ଲାଗିଯାଇଥିଲା । ଏହାସହ ଅନ୍ୟ ଟ୍ରକଟିରେ କାଠ ବୋଝେଇ ହୋଇଥିବାରୁ ନିଆଁ ଉଭୟ ଟ୍ରକକୁ ମାଡ଼ିଯାଇଥିଲା। କାଠ ବୋଝେଇ ଟ୍ରକରେ ଥିବା ୭ ଜଣ ଓ ପେଟ୍ରୋଲ ବୋଝେଇ ଟ୍ରକରେ ଥିବା ୨ ଜଣ ନିଆଁରେ ଜଳି ମୃତ୍ୟୁବରଣ କରିଛନ୍ତି ।ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶରୀର ଏତେ ମାତ୍ରାରେ ଜଳି ଯାଇଛି କି ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇ ନାହିଁ । ଏଭଳି ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଚନ୍ଦ୍ରପୁର ସହରକୁ ସଂଯୋଗ ହୋଇଥିବା ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା । ରାଜପଥର ଉଭୟ ପାଶ୍ୱର୍ରେ ହଜାର ହଜାର ଗାଡି ଠିଆ ହୋଇଥିବା ଦେଖିବାକୁ ମିଳିଛି ।