ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ହମଲା, ସେନା ଅଧିକାରୀ ସହିଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ବଡ଼ ଅଘଟଣ । ୪୮ ରାଷ୍ଟ୍ରୀୟ ରାଇଫଲର ଜଣେ କ୍ୟାପଟେନ ସହିଦ୍ ହୋଇଥିବା ସୂଚନା ମିଳିଛି | ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ବେଳେ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ଡୋଡା ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲରେ ସୁରକ୍ଷାବଳର ମିଳିତ ଅପରେସନ ସମୟରେ ଏହି ଆକ୍ରମଣ ହୋଇଛି । ଏଥିରେ ଜଣେ ସେନା ଅଧିକାରୀ ଶହୀଦ ହୋଇଯାଇଛନ୍ତି ।

ଶହୀଦ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନ ଦୀପକ ସିଂହ ଏବଂ ସେ ଏହି ଅପରେସନ ଲିଡ୍ କରୁଥିବା ଜଣାପଡିଛି । ଆତଙ୍କବାଦୀଙ୍କ ଗୁଳିମାଡରେ କ୍ୟାପଟେନ ଗୁରୁତର ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୪ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି । ଶିବଗଡ-ଆସାର ଅଞ୍ଚଳରେ ୪ଜଣ ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ଭାବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ଏଇ ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସେନା ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ । ଏନକାଉଣ୍ଟର ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ଆର୍ମି କ୍ୟାପଟେନ ସହିଦ ହୋଇଛନ୍ତି । ତେବେ ମୃତ ଆର୍ମି କ୍ୟାପଟେନଙ୍କ ପରିଚୟ ମିଳି ପାରିନାହିଁ । ଆକ୍ରମଣ ପରେ ଆତଙ୍କବାଦୀମାନେ ଖସି ପଳାଇଥିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ୪ଜଣଙ୍କୁ ଖୋଜିବା ଆରମ୍ଭ କରାଯାଇଛି ।

Leave A Reply

Your email address will not be published.