ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ହେବ ତଦନ୍ତ: କହିଲେ ଆଇନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ନବ ଦାସ, ମମିତା ମେହର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ପୁନଃ ତଦନ୍ତ କରାଯିବ ବୋଲି କହିଥିଲେ। ହେଲେ ବୁଧବାର ବିଜେଡି ସରକାର ସମୟରେ ରାଜ୍ୟରେ ହୋଇଥିବା ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ତଦନ୍ତ ହେବ ବୋଲି କହିଛନ୍ତି ।

ନେଇ ଇଂରାଜୀ ଦୈନିକ ପତ୍ରିକାକୁ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ନବ ହତ୍ୟା ଘଟଣାର ପୁନଃ ତଦନ୍ତକୁ ସ୍ୱାଗତ କରିଛି ବିଜୁ ଜନତା ଦଳ । ମିଛ ବାହାନା ଛାଡି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଦନ୍ତ କାରିବାକୁ ବିଜେଡ଼ି ରାଜ୍ୟ ସରକାରଙ୍କୁ ଦେଇଛି ଆହ୍ୱାନ । ସାଧାରଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ନକରିବାକୁ ସରକାରଙ୍କ ଗଳା ବାଟ ବନ୍ଦ କରିବୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

କେବଳ ନବ ଦାସ, ମମିତା ମେହର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଘଟଣା ନୁହେଁ ସମସ୍ତ ହାଇପ୍ରୋଫାଲ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ କରାଯିବ । ଯେଉଁ ହତ୍ୟାକାଣ୍ଡ ଘଟଣାରେ ଏଯାବତ୍‌ ପର୍ଯ୍ୟନ୍ତ ନିଷ୍କର୍ସ ବାହାରି ପାରିନି, ଘଟଣାର ସ୍ପଷ୍ଟତା ଆସିବା ଯାଏ ପଦକ୍ଷେପ ନିଆଯିବ । ଯେଉଁ ସ୍ଥାନରେ ଅନୈତିକତା ହୋଇଛି ତାର ତଦନ୍ତ ହେବ । ସେ ସମସ୍ତ ଅନୈତିକ କାର୍ଯ୍ୟରେ ତଦନ୍ତ ହେବ । ଏନେଇ ଖୁବଶୀଘ୍ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.