ଭାରତରେ ପୁଞ୍ଜିନିବେଶ କରିବ ଟେସଲା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତରେ ପୁଞ୍ଜି ନିବେଶ କରିବ ଟେସଲା କମ୍ପାନୀ ।କକ ସେରମ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆ ସିଇଓ ଓଦାର ପୁନାୱାଲା ଟୁଇଟ କରି କହିଛନ୍ତି, ଏଲନ ମସ୍କଙ୍କ ଟେସ୍ଲା ଇଲେକ୍ଟ୍ରିକ କମ୍ପାନୀ ନିର୍ମାଣ ଲାଗି ଭାରତରେ ପୁଞ୍ଜି ନିବେଶ କରିବ ।

ଓଦାର ପୁନାୱାଲା କହିଛନ୍ତି , ଏହା ହେବ କମ୍ପାନୀର ସର୍ବଶ୍ରେଷ୍ଠ ନିବେଶ । ଟୁଇଟ କରି ପୁନାୱାଲା କହିଛନ୍ତି, ଉଚ୍ଚଗୁଣବତ୍ତା ଇଲେକ୍ଟ୍ରିକ ଜିନିଷ ପ୍ରସ୍ତୁତ କରିବା ପାଇଁ ଭାରତରେ ପୁଞ୍ଜୀ ନିବେଶ କରାଯିବ, ଯାହାକି କମ୍ପାନୀର ସର୍ବଶ୍ରେଷ୍ଠ ପୁଞ୍ଜୀ ନିବେଶ ହେବ ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଭାରତରେ ପୁଞ୍ଜୀ ନିବେଶ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । କିନ୍ତୁ କମ୍ପାନୀ ଚୀନରୁ କୌଣସି ଜିନିଷ ଆମଦାନୀ କରିବ ନାହିଁ ବୋଲି ରୋକଠୋକ୍ ଶୁଣାଇଦେଇଛନ୍ତି। ଆମଦାନୀ ଓ ରପ୍ତାନିସହିତ ଜିନିଷର ମୂଲ୍ୟ ମିଶି ଶତପ୍ରତି ଶତ ହେବ । ଉତ୍ତମ ଗୁଣବତ୍ତା ଜିନିଷ ଉତ୍ପାଦନ ସହିତ ଦେଶରେ ଅନେକ ନିଯୁକ୍ତି ସୃଷ୍ଟି ହୋଇପାରିବ । ଯଦ୍ୱାରା ଦେଶର ବହୁ ବେକାର ରୋଜଗାରକ୍ଷମ ହୋଇପାରିବେ ।

 

 

Leave A Reply

Your email address will not be published.