ଥାର୍ ଧକ୍କାରେ ଶିଶୁକନ୍ୟା ମୃତ; ୫ ଗୁରୁତର

0

ଓଡ଼ିଆ ନ୍ୟୁଜ୍: ଥାର୍‌ ଗାଡ଼ି ଧକ୍କାରେ ୨ ବର୍ଷର ଶିଶୁକନ୍ୟା ମୃତ; ୫ ଗୁରୁତର।ଏନ୍ଏଚ୍ ୧୬ ଖନ୍ତାପଡ଼ା ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା।ଅଟୋରେ ଯିବାବେଳେ ପଛ ପଟୁ ଧକ୍କା ଦେଲା ଥାର୍।ଫାଇନାନ୍ସ କଂପାନୀରୁ ଋଣ ଉଠାଇ ଘରକୁ ଫେରିବା ବେଳେ ଦୁର୍ଘଟଣା। ଶିଶୁକନ୍ୟା ସମେତ ସମସ୍ତ ଗୁରୁତର ୫ ଜଣ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି।ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଖୁସି ହୋଟେଲ ନିକଟରେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଚକଜଗନ୍ନାଥପୁର ପଞ୍ଚାୟତ ବାସୁବରହମପୁର ଗାଁର ଗୋଟିଏ ପରିବାର ଅଟୋ ଯୋଗେ କୌଣସି କାମରେ ଆସିଥିଲେ । ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ବଜାର ଖୁସି ହୋଟେଲ ନିକଟରେ ଏକ ଥାର୍ ଗାଡ଼ି ଦ୍ରୁତଗତିରେ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା । ଦେଖୁ ଦେଖୁ ଅଟୋକୁ ପଛପଟୁ ଧକ୍କା ଦେଇଥିଲା ଥାର୍ । ଫଳରେ ଅଟୋରେ ଥିବା ଗୋଟିଏ ପରିବାରର ୬ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଖନ୍ତାପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୩ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବାଲେଶ୍ଵର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.